ଦେଖନ୍ତୁ ଭିଡ଼ିଓ: ବିଲେଇକୁ ଶିକାର କରିବାକୁ ଯାଉଥିଲା ଚିତାବାଘ, ହଠାତ କୂଅ ଭିତରେ ପଡ଼ିଗଲେ ଉଭୟେ, ଆଉ ତା ପରେ

 
Cheetah and cat fall into well

ମହାରାଷ୍ଟ୍ର ନାସିକର କାଁକୋରି ଗ୍ରାମରେ ଚିତାବାଘ ଏବଂ ଏକ ବିଲେଇ କୂଅରେ ପଡ଼ି ଯାଇଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ବିଲେଇଟି ଚିତାବାଘ ହାବୁଡ଼ରେ ପଡିବା ପରେ ସେ ତାକୁ ଶିକାର କରିବା ପାଇଁ ଗୋଡ଼ାଇଥିଲା ଏହାରି ମଧ୍ୟରେ ଉଭୟେ ପ୍ରାୟ ୨୫-୩୦ ଫୁଟ ଗଭୀର କୂଅ ଭିତରକୁ ପଡି ଯାଇଥିଲେ।

Cat vs cheetah

ତେବେ ମିଳିଥିବା ଖବର ଅନୁଯାଇ ବନ ବିଭାଗ ଅଧିକାରୀ ଉଭୟଙ୍କୁ ସୁରକ୍ଷିତ ଭାବରେ କୂଅ ଭିତରୁ ଉଦ୍ଧାର କରିଛନ୍ତି। ଭାଇରାଲ ହେଉଥିବା ଭିଡ଼ିଓଟିରେ ଚିତାବାଘଟି ପ୍ରଥମେ ବିଲେଇ କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। କିନ୍ତୁ, ଉଭୟେ କୂଅ ଭିତରେ ପଡ଼ିଯିବା ପରେ ଚିତାବାଘଟି ବିଲେଇକୁ ଆକ୍ରମଣ କରିବା ପରିବର୍ତ୍ତେ ତା ସହିତ ଖେଳିବାକୁ ଲାଗିଥିଲା।

ଦେଖନ୍ତୁ ଭିଡ଼ିଓ:-

ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ଏହି ଭିଡ଼ିଓଟିକୁ ଇଣ୍ଟରନେଟରେ ସେୟାର କରାଯାଇଥିଲା। ଖବର ଅନୁଯାଇ ଶନିବାର ବିଳମ୍ବିତ ରାତିରେ ଚିତାବାଘଟି ଏକ ବିଲେଇର ପିଛା କରି କୂଅ ଭିତରେ ପଡ଼ି ଯାଇଥିଲା। ତେବେ, ପ୍ରାୟ ଦୁଇ ଘଣ୍ଟାର ଅପ୍ରାଣ ଚେଷ୍ଟା କରିବା ପରେ ବନ ବିଭାଗ କର୍ମଚାରୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ତାଙ୍କ ପ୍ରାକୃତିକ ଆବାସରେ ଛାଡ଼ିଦିଆ ଯାଇଥିବା ଜଣାପଡ଼ିଛି।