ଦେଖନ୍ତୁ ଭାଇରଲ ଭିଡ଼ିଓ: ବିବାହ ଷ୍ଟେଜ୍ ଉପରେ ଉଗ୍ରରୂପ ଧାରଣ କଲା କନ୍ୟା ! ସମସ୍ତଙ୍କ ଆଗରେ ମାରିଲା ଚାପୁଡ଼ା..

 
Bride slaps man during marriage

ଆଜିକାଲି ବିବାହରେ ଘଟୁଥିବା ଅନେକ ମଜାଳିଆ ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ ହୋଇଥାଏ। ସେଥିମଧ୍ୟରୁ କେତୋଟି ଭିଡ଼ିଓରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହୁଏ ନାହିଁ। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିବାହ ସମାରୋହରେ କନ୍ୟା ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ସହ ଝଗଡ଼ା କରୁଥିବାର ଦେଖିବାକୁ ମିଳୁଛି।

ଏହି ଭିଡ଼ିଓରେ ବାହାଘରରେ ବର କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବରପକ୍ଷରୁ କେହି ଜଣେ ବରକୁ ଟେକି ଧରିବାରୁ କନ୍ୟା ବରଣମାଳା ପିନ୍ଧାଇ ପାରୁନଥିଲେ। ଠିକ ଏହି ସମୟରେ କନ୍ୟା ପକ୍ଷରୁ ଜଣେ ବ୍ୟକ୍ତି ବିନା ଅନୁମତିରେ କନ୍ୟାକୁ ଟେକି ଧରୁଛନ୍ତି ଏବଂ ବରଣମାଳା ପିନ୍ଧାଇବା କାର୍ଯ୍ୟ ସମ୍ପନ୍ନ ହେଉଛି।

କିନ୍ତୁ ଏହାପରେ ଆସୁଛି ଆଉ ଏକ ଟ୍ଵିଷ୍ଟ ଯେତେବେଳେ ବରଣମାଳା ପରେ ବ୍ୟକ୍ତି ଜଣକ କନ୍ୟାକୁ ତଳକୁ ଓଲ୍ହାଇଦେଉଛନ୍ତି ହଠାତ୍, କନ୍ୟା ବୁଲିପଡ଼ି ସେହି ବ୍ୟକ୍ତିଙ୍କ ଗାଲକୁ ଏକ ଶକ୍ତ ଚାପୁଡ଼ା ମାରୁଛି। ବିବାହ ମଞ୍ଚ ଉପରେ ଏପରି ଭାବରେ ଅପମାନ ପାଇବା ପରେ ବ୍ୟକ୍ତି ଜଣକ ସେଠାରେ ଥିବା ଆଉ ଜଣେ ମହିଳାଙ୍କୁ ଚାପୁଡ଼ା ମାରି ପଳାଉଥିବାର ଦେଖାଯାଉଛି। ଦେଖନ୍ତୁ ଭିଡ଼ିଓ:-


ସୂଚନା ଅନୁଯାୟୀ, ମାଡ଼ ଖାଇଥିବା ବ୍ୟକ୍ତି ଜଣକ କନ୍ୟା ପରିବାର ମଧ୍ୟରୁ ଜଣେ ହୋଇଥିବା ବେଳେ ଯୁବତୀଙ୍କ ବିନା ଅନୁମତିରେ ତାଙ୍କୁ ଟେକି ଧରିବାରୁ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଅପଲୋଡ଼ ହେବାପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି।