‘ମୁଁ ଇସ୍କୁଲରେ ପଢୁଛି’ କୁନି ପିଲା କଥାକୁ ନେଇ ଗୀତ କଲେ ହେଲେ ତା ଅସୁବିଧା ଓ ଅନୁରୋଧକୁ ଭୁଲିଗଲେ, ଦେଖନ୍ତୁ ଭିଡିଓ

 
‘ମୁଁ ଇସ୍କୁଲରେ ପଢୁଛି’ କୁନି ପିଲା କଥାକୁ ନେଇ ଗୀତ କଲେ ହେଲେ ତା ଅସୁବିଧା ଓ ଅନୁରୋଧକୁ ଭୁଲିଗଲେ, ଦେଖନ୍ତୁ ଭିଡିଓ

"ମୁଁ ଇସ୍କୁଲ୍ ରେ ପଢ଼ୁଛି,ପ୍ରଥମ ଶ୍ରେଣୀ ରେ ପଢ଼ୁଛି....."। ଗତ କିଛି ମାସ ତଳେ ନିଜ କୋମଳ କଣ୍ଠ ରେ ଏପରି କହୁଥିବା ଏକ କୁନି ଶିଶୁର କଥା ଇଣ୍ଟରନେଟ ଏବଂ ଗଣମାଧ୍ୟମ ରେ ଖୁବ୍ ଭାଇରାଲ ହୋଇଥିଲା। ଏବେ ଏହାକୁ ନେଇ କେତେକ ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଦ୍ଵାରା ଗୀତ ଏବଂ ରାପ୍ ସଙ୍ଗ ମଧ୍ୟ ବାହାରିଛି।

ପ୍ରକୃତରେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ରେ ରହୁଥିବା ତ୍ରୋଲକ୍ୟ ରାୟ ନାମକ ପିଲାଟି ଗଣମାଧ୍ୟମ ଆଗରେ ଏପରି କଥା କହି ଭାଇରାଲ ହୋଇଥିଲେ। ନିଜ ଘର ପାଖରେ ଥିବା ସ୍କୁଲ ଟି ସେଠାରୁ ଉଠିଯାଉଛି ଶୁଣି ନିଜ କୋମଳ କଣ୍ଠ ରେ ଏହାର ପ୍ରତିବାଦ କରିଥିଲା ଏହି କୁନି ବାଳକ। ସ୍କୁଲ କୁ ଦୂର ବାଟକୁ ସ୍ଥାନାନ୍ତରିତ କରିବା ଦ୍ୱାରା ତାକୁ ବଣ ଏବଂ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଯିବାକୁ ପଡ଼ିବ। ଯଦି ବାଟରେ କିଛି ଦୁର୍ଘଟଣା ହୁଏ ତେବେ ତାଙ୍କ ମା ବାପାଙ୍କୁ ପୁଅଟିଏ କିଏ ଦେବ ବୋଲି ପ୍ରଶ୍ନ କରିଥିଲା ତ୍ରୋଲକ୍ୟ।

ତେବେ ସେତେବେଳେ ଭାଇରାଲ ହୋଇଥିବା ଏହି ଛୋଟ ଛୁଆର କଥାକୁ ମିମ୍ ମଟେରିଆଲ୍ କରିବା ସହ ଏହା ଉପରେ ଗୀତ କରି ପ୍ରଶଂସା ସାଉଁଟୁଛନ୍ତି କେତେକ ଲୋକେ। କିନ୍ତୁ ଏହା ଆଢୁଆଳରେ ପିଲାଟି କହିଥିବା ନିଜ ସମସ୍ୟା ର କୌଣସି ସମାଧାନ ହୋଇନାହିଁ, ସ୍ଥାନାନ୍ତରିତ ହୋଇଯାଇଛି ସ୍କୁଲ। ତେବେ ଏହି କଥାଟିକୁ ମିମ୍ ଓ ଗୀତ ତିଆରି କରି ବାଃ ବାଃ ନେଉଥିବା ଆମ ସମାଜ, ପ୍ରକୃତ ସମସ୍ୟା କୁ ନେଇ କେତେ ସଜାଗ୍ ତାହା ଏହି ଘଟଣା ରୁ ଠିକ ଅନୁମାନ କରାଯାଇ ପାରୁଛି।