ଦେଖନ୍ତୁ ଭିଡ଼ିଓ: ମାହାଙ୍ଗା ପଡିଲା କୁକୁର ଆଗରେ ଏମିତି ଡ୍ୟାନ୍ସ କରିବା, କୁକୁରର ଏକ୍ସନ ମୋଡ଼ ଦେଖି ହସିବେ ଆପଣ

 
Bitten by dog

ଜଣେ ଯୁବକ ଅଜବ ପ୍ରକର ଡ୍ୟାନ୍ସ କରି ହଟହଟା ହେଉଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଜଣେ ଯୁବକ ଅଜବ ପ୍ରକାର ଡ୍ୟାନ୍ସ କରୁଥିବା ବେଳେ ତାଙ୍କୁ ପଛରୁ ଏକ କୁକୁର କମୁଡ଼ି ଦେଇଥିବା ଦେଖାଯାଉଛି। ଇଣ୍ଟରନେଟରେ ଏହି ଭିଡ଼ିଓ ଅପଲୋଡ଼ ହେବାପରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକେ ଏହାକୁ ଦେଖି ସାରିଲେଣି।

ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଯୁବକ କ୍ୟାମେରା ଆଗରେ ଅଜବ ପ୍ରକାରର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଯୁବକ ନାଚୁଥିବା ବେଳେ ପଛରେ ଛିଡା ହୋଇଥିବା ଏକ କୁକୁର ତାଙ୍କୁ କାମୁଡି ଦେଇଥିଲା। କୁକୁରର ଅତର୍କିତ ଆକ୍ରମଣରେ ଯୁବକ ଜଣକ ଚିଲ୍ଲଇବାକୁ ଲାଗୁଛନ୍ତି। ଭିଡ଼ିଓ ରେକର୍ଡ଼ କରୁଥିବା ଯୁବକ ଜଣକ ମଧ୍ୟ କ୍ୟାମେରା ଛାଡ଼ି ଯୁବକଙ୍କୁ ବଞ୍ଚାଇବା ପାଇଁ ଚାଲିଯାଉଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-

ଏହି ଭିଡ଼ିଓ ଟିକୁ Comedy_videos9752 ନାମକ ଏକ ପେଜ୍ ଦ୍ୱାରା ଇଂଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଭିଡ଼ିଓଟି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିବା ବେଳେ ଏପର୍ଯ୍ୟନ୍ତ ହଜ଼ାର ହାଜ଼ର ଲୋକେ ଏହାକୁ ଦେଖି ସାରିଲେଣି।