ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଗାଡିରୁ କୁକୁରକୁ ଗୋଇଠା ମାରୁଥିଲା ଡ୍ରାଇଭର, ତାପରେ ହେଲା କିଛି ଏପରି ଲୋକେ କହିଲେ, ଯାହା ହେଇଛି ଭଲ ହେଇଛି

"କଥାରେ ଅଛି ଯେ ପଞ୍ଚେ ପରର ମନ୍ଦ, ତା କଥା ବୁଝନ୍ତି ଗୋବିନ୍ଦ"। କିଛି ଲୋକ ଏଭଳି ଅଛନ୍ତି ଯେଉଁମାନଙ୍କୁ ବିନା କାରଣରେ ଅନ୍ୟକୁ ବିପଦରେ ପକାଇବାକୁ ଭଲ ଲାଗିଥାଏ। କିନ୍ତୁ ବେଳେ ବେଳେ ସେମାନେ ଅନ୍ୟକୁ ଖାଲରେ ପକାଇବାକୁ ଯାଇ ନିଜେ ହିଁ ବିପଦରେ ପଡି ଯାଇଥାନ୍ତି।
ଏପରି ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜଣେ ବ୍ୟକ୍ତିଙ୍କ ସହ ଘଟିଥିଲା ଯେତେବେଳେ ସେ ରାସ୍ତାରେ ଏକ କୁକୁରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା କରିବାକୁ ଯାଇ ସେ ନିଜେ ହଟହଟା ହୋଇଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ମହାରାଷ୍ଟ୍ରର ପୁଣେର ପିମ୍ପ୍ରି-ଚିଞ୍ଚୱାଡର ଅଟେ। ବାସ୍ତବରେ ଏହି ଘଟଣାକ୍ରମରେ କୁକୁରଟି ରାସ୍ତାରେ ଠିଆ ହୋଇଥିଲା। ସେହି ସମୟରେ ବ୍ୟକ୍ତି ଜଣକ ରାସ୍ତାରେ ଏକ ଅଟୋ ଯୋଗେ ଆସୁଥିଲା। କିନ୍ତୁ ଅଟୋ ଚଲାଇ ଆସୁଥିବା ଏହି ବ୍ୟକ୍ତି ଜଣକ ଚଳନ୍ତା ଗାଡିରୁ ହିଁ କୁକୁରକୁ ଗୋଇଠା ମାରିବା ପାଇଁ ପ୍ରୟାସ କରୁଥିଲେ। ଫଳରେ ଅସାବଧାନତା ଯୋଗୁ ତାଙ୍କ ଭାରସାମ୍ୟ ବିଗିଡି ଯାଇଥିଲା ଏବଂ ଗଡ଼ିର ଗତି ଏତେ ଦ୍ରୁତ ଥିଲା ଯେ ଅଟୋ ଡିଭାଇଡର୍ ଉପରେ ଚଢ଼ିଯାଇଥିଲା।
अब कया जरूरत थी चलती ओटो से कुत्ते को लात मारने की???😀😀 pic.twitter.com/NvP93KhuDk
— धर्मेश रघुवंशी....💯% FB#३ह (@Dharmeshnk_) May 19, 2021
ଏହି ଦୁର୍ଘଟଣାରେ ଅଟୋଟି କ୍ଷତିଗ୍ରସ୍ଥ ହୋଇଥିବା ବେଳେ, ନିଜେ ଅଟୋ ଡ୍ରାଇଭର ଜଣକ ଗୁରୁତର ଭବାରେ ଆହତ ହୋଇଥିଲେ। କିନ୍ତୁ, ଭାଗ୍ୟବଶତଃ ଏହି ବଡ଼ ଦୁର୍ଘଟଣାରୁ କୁକୁରଟି ବର୍ତ୍ତି ଯାଇଥିଲା। ଏହି ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଏହା ଉପରେ ବିଭିନ୍ନ ଟିପ୍ପଣୀ ଦେବା ଆରମ୍ଭ କରିଥିଲେ। ଏପରିକି ଲୋକମାନେ ଏହି ଘଟଣାରେ ଅଟୋ ଡ୍ରାଇଭର କୁ ଦୋଷାରୋପ କରିବାକୁ ପଛାଇନଥିଲେ।