ଦେଖନ୍ତୁ ଭିଡ଼ିଓ: ଖାଇବାର ଲୋଭ ଦେଖାଇ ମଙ୍କଡକୁ ଠକିଦେଲେ ଏହି ଯୁବକ, ମାଙ୍କଡ଼ ରିଏକ୍ସନ ଦେଖି ଆପଣ ମଧ୍ୟ ହସି ହସି ଗଡ଼ିଯିବେ
Feb 5, 2021, 11:37 IST

ଗତ ୨ ଫେବ୍ରୁଆରୀରେ IPS ଅଫିସର ରୂପିନ ଶର୍ମାଙ୍କ ଦ୍ଵାରା ସେୟାର କରା ଯାଇଥିବା ଏକ ଭିଡ଼ିଓଟି ବର୍ତମାନ ସୋସିଆଲ ମେଡିଆରେ ବହୁତ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ହାତ ମୁଠା କରି ମାଙ୍କଡ଼କୁ ଦେଖାଉଛନ୍ତି, ମାଙ୍କଡ଼ଟି ଖାଦ୍ୟ ପାଇବା ଆଶାରେ ବ୍ୟକ୍ତିଙ୍କ ହାତ ମୁଠାକୁ ଖୋଲିବାରେ ଲାଗିଯାଉଛି। କିନ୍ତୁ ହାତରେ କିଛି ନଥିବାରୁ ମାଙ୍କଡ଼ଟି ରାଗିଯାଉଛି ଏବଂ ବ୍ୟକ୍ତିଙ୍କ ଉପରକୁ ପାଟି କରୁଛି। ଏହା ପରେ ବ୍ୟକ୍ତି ଜଣଙ୍କ ଯେତେଥର ମାଙ୍କଡ଼ ପାଖକୁ ହାତ ନେଉଛନ୍ତି ଏହା ରାଗିବାର ଓ ହାତ ଛାଟି ଦେବାର ଦେଖିବାକୁ ମିଳୁଛି।
ଏହି ଭିଡ଼ିଓଟି ସୋସିଆଲ ମେଡିଆରେ ଲୋକଙ୍କୁ ବହୁତ ପସନ୍ଦ ଆସିଛି ଓ ଏପର୍ଯ୍ୟନ୍ତ ଏଥିରେ ୧୫ ହଜ଼ାର ରୁ ଅଧିକ ଭିଉ ଓ ୭୦୦ରୁ ଅଧିକ ଲାଇକ ମିଳିସାରିଛି।
ଆସନ୍ତୁ ଦେଖିବା ଏହି ମଜ଼ାଦାର ଭିଡ଼ିଓ:-
Khaali Haath@ParveenKaswan @NaveedIRS pic.twitter.com/WDsnKAoLCY
— Rupin Sharma IPS (@rupin1992) February 2, 2021