କୁମ୍ଭୀର ସହ ଲଢେଇ କରି ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଗଲା କଇଁଛ, ଭିଡିଓ ଦେଖି ଆପଣ ବି ହୋଇଯିବେ ତାଜୁବ୍

 
କୁମ୍ଭୀର ସହ ଲଢେଇ କରି ମୃତ୍ୟୁରୁ ଅଳ୍ପକେ ବର୍ତ୍ତି ଗଲା କଇଁଛ, ଭିଡିଓ ଦେଖି ଆପଣ ବି ହୋଇଯିବେ ତାଜୁବ୍

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ବିଭିନ୍ନ ସମୟରେ ଭାଇରାଲ ହୋଇଥାଏ। ଖାସ୍ କରି ଜଙ୍ଗଲରେ ଥିବା ପଶୁ ମାନଙ୍କର ଭିଡ଼ିଓ ଅନେକ ସମୟରେ ଖୁବ ଭାଇରାଲ ହୋଇଥାଏ। କେତେବେଳେ କୁକୁର-ବିଲେଇ ତ କେତେବେଳେ ସିଂହ-ମଇଁଷି ଲଢ଼େଇ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭିଡ଼ିଓ ଭାଇରାଲ ହେବାରେ ଲାଗିଥାଏ। ବର୍ତ୍ତମାନ ଏହିପରି ଏକ ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଏକ କୁମ୍ଭୀର ଏବଂ କଇଁଛ ଉପରେ ଥିବାବେଳେ। ଏଥିରେ ଉଭୟଙ୍କର ସଂଘର୍ଷ ଦେଖିବାକୁ ମିଳୁଛି।

ଭିଡ଼ିଓ ପ୍ରଥମ ରୁ କୁମ୍ଭୀରଟି ଭୂମିରେ ଶୋଇଥିବାର ଦେଖାଯାଏ, ତା’ପରେ କଇଁଛ କୁମ୍ଭୀର ପାଖ ଦେଇ ଯାଉଥିବାର ଦେଖାଯାଏ। କଇଁଛ ଟି ପାଖେଇ ଆସିବାରୁ ଏହାର ସୁଯୋଗ ନେଇ କୁମ୍ଭୀର ଟି କଇଁଛ କୁ ନିଜ ପାଟିରେ ଧରିନିଏ। ଏହାପରେ କୁମ୍ଭୀର କଇଁଛ ଟିକୁ ଗୋଟା ଚୋବାଇବା ପାଇଁ ଚେଷ୍ଟା କରିଥାଏ,କିନ୍ତୁ ଏଥିରେ ବିଫଳ ହୋଇ କୁମ୍ଭୀର ଏହାକୁ କିପରି ଖାଇବା ଭାବି ଦ୍ଵନ୍ଦ ରେ ପଡିଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଥାଏ। ପ୍ରକୃତରେ କଇଁଛଟିର ପିଠି ଖୁବ୍ ଶକ୍ତିଶାଳୀ ହୋଇଥିବାରୁ କୁମ୍ଭୀର ଏହାକୁ ଚୋବାଇ ପାରେ ନାହିଁ ଏବଂ ଶେଷରେ ବିଫଳ ହୋଇଯାଏ।

ହୋମ୍ ସାର୍କ ଟିଭିର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏହି ଭିଡିଓ କୁ ପ୍ରାୟ ୩ ବର୍ଷ ହୋଇସାରିଥିବା ବେଳେ, କିନ୍ତୁ ଆଜି ବି ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।  ଏପରିକି ଏଥିରେ ଏପର୍ଯ୍ୟନ୍ତ ପ୍ରାୟ ୪ କୋଟି ଭିୟୁ ଆସି ସାରିଛି।