ଦେଖନ୍ତୁ ଭିଡ଼ିଓ: ପ୍ରେମିକା ସହ କଥା ହେଉଥିବା ବେଳେ ଧରାପଡ଼ିଗଲା ୪ ବର୍ଷର ବାଳକ, ପଚାରିବାରୁ କହିଲା,"ସେ ତୁମ ବୋହୂ ରିୟା ଏବଂ...

 
4 year old love

ସାଧାରଣତଃ ଛୋଟ ଛୁଆଙ୍କୁ ଆମେ ଖେଳକୁଦ କରୁଥିବା କିମ୍ବା ପ୍ଲେ ସ୍କୁଲ ଯାଉଥିବାର ଦେଖିଥାଉ। କିନ୍ତୁ, ଯେବେ ଠାରୁ ସେମାନଙ୍କ ହାତରେ ସ୍ମାର୍ଟ ଫୋନ ଆସିଛି ସେବେଠାରୁ ସେମାନଙ୍କର ହାଵଭାବ ମଧ୍ୟ ବଦଳିବାରେ ଲାଗିଛି। ଉଧାରଣ ସ୍ୱରୂପ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକ ୪ ବର୍ଷର କୁନି ପିଲା ନିଜ ପ୍ରେମିକା ସହ କଥା ହେଉଥିବାବେଳେ  ଅଭିଭାବକଙ୍କ ହାତରେ ଧରା ପଡ଼ିଯାଉଛି।

ଭିଡ଼ିଓରେ ପିଲାଟି ରିୟା ନାମକ ଏକ ଝିଅ ସହିତ କଥା ହେଉଥିବା ବେଳେ ଘର ଭିତରକୁ ତା ବାପା ମାଆ ଚାଲି ଆସୁଛନ୍ତି। ସେମାନେ ପୁଅକୁ କାହା ସହ କଥା ହେଉଥିଲୁ ବୋଲି ପଚାରିବାରୁ ପିଲାଟି ଗେମ୍ ଖେଳୁଥିଲା ବୋଲି ମିଛ କହିଥିଲା। କିନ୍ତୁ ବାରମ୍ବାର ପଚାରିବାରୁ ପିଲାଟି ରାଗିଯାଇ,"ହଁ, ମୁଁ ରିୟା ସହ କଥା ହେଉଥିଲି, ସେ ତୁମ ଭାବି ବୋହୂ" ବୋଲି କହିଥିଲା।

ଦେଖନ୍ତୁ ଭିଡ଼ିଓ:-

ଏତେ ଛୋଟ ପିଲାଠାରୁ ଏପରି କଥା ଶୁଣିବା ପରେ ବାପା ମାଆ ଅବାକ୍ ହୋଇ ପରସ୍ପରକୁ ଚାହିଁ ରହିଥିଲେ। ମୋବାଇଲ ଫୋନ କିପରି ଆଗାମୀ ପିଢ଼ିର ଚିନ୍ତାଧାରା ଏବଂ କାର୍ଯ୍ୟକଳାପ କୁ ବଦଳାଇ ଦେଉଛି ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଅନୁମାନ କରିହେଉଛି। ତେବେ, ଭିଡ଼ିଓଟି ଇଣ୍ଟରନେଟରେ ଭାଇରାଲ ହେବା ସହ ଏଥିରେ ଲୋକେ ଅନେକ ମଜାଳିଆ ମନ୍ତବ୍ୟ ଦେଉଛନ୍ତି।

From around the web