ଦେଖନ୍ତୁ ଭିଡ଼ିଓ: ଚତୁର କାଉର କାରନାମା!! ନିଜ ବୁଦ୍ଧି ବଳରେ ବିଲେଇ ମୁଁହରୁ ଝାମ୍ପି ନେଇଗଲା ଖାଦ୍ୟ, ଭିଡ଼ିଓ ହେଲା ଭାଇରାଲ….

 
Cat vs crow

ପିଲାଦିନେ ପଢ଼ିଥିବା ଚତୁର କାଉ ଗପଟି ଆପଣମାନଙ୍କର ନିଶ୍ଚିତ ଭାବରେ ମନେଥିବ ଯେଉଁଥିରେ କାଉଟିଏ ନିଜର ବୁଦ୍ଧି ବଳରେ ଶୁରେଇ ଭିତରୁ ପାଣି ପିଇବାରେ ସକ୍ଷମ ହୋଇଥିଲା। ତାହା ଏକ ଗପ ହୋଇଥିଲେ ମଧ୍ୟ କାଉର ଚତୁରତା ଉପରେ ସନ୍ଦେହ କରାଯାଇ ପାରିବନାହିଁ। ବର୍ତ୍ତମାନ ଏପରି ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଦୁଇଟି କାଉ ନିଜ ଚତୁରତା ଦ୍ୱାରା ବିଲେଇ ପରି ଜୀବ ଠାରୁ ଖାଇବା ଛଡାଇ ନେବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳୁଛି।

ଭିଡ଼ିଓଟିରେ ବିଲେଇଟିଏ ରାସ୍ତା ଉପରେ କିଛି ଖାଉଥିବାର ଦେଖିବାକୁ ମିଳୁଛି। ଠିକ ଏହି ସମୟରେ ଦୁଇଟି କାଉଙ୍କର ସେହି ଖାଦ୍ୟ ଉପରେ ନଜ଼ର ପଡୁଛି ଏବଂ ସେମାନେ ବିଲେଇ ଠାରୁ ଖାଦ୍ୟ ଛଡାଇ ନେବାପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି। ପୂର୍ବ ଯୋଜନା ମୁତାବକ ଗୋଟିଏ କାଉ ବିଲେଇକୁ ନିଜ ଥଣ୍ଟ ସାହାଯ୍ୟରେ ଖୁମ୍ପି ଦେଉଛି ଯାହାପରେ ବିଲେଇଟି ନିଜ ଖାଦ୍ୟ ଛାଡ଼ି ତାକୁ ଆକ୍ରମଣ କରୁଛି। ବାସ୍, ଠିକ ଏଇ ସମୟରେ ଆଉ ଏକ କାଉ ବିଳେଇର ଖାଦ୍ୟକୁ ନେଇ ଉଡ଼ିଯାଉଛି। କ୍ଷଣିକ ଭିତରେ ନିଜ ଖାଦ୍ୟକୁ ହରାଇବା ପରେ ବିଳେଇଟି ସ୍ତବ୍ଧ ହୋଇ ଚାହିଁ ରହିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।

ଦେଖନ୍ତୁ ଭିଡ଼ିଓ:-


"Funny videos/Viral videos" ନାମକ ଏକ ପେଜ୍ ଦ୍ୱାରା ଏହି ଭିଡ଼ିଓଟିକୁ ଅପଲୋଡ଼ କରାଯାଇଥିଲା। ତେବେ ଏହା ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା। ଯାହାଫଳରେ ଏହି ଭାଇରାଲ ଭିଡ଼ିଓରେ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଭିୟୁ ଆସିସାରିଛି।