ରାସ୍ତା ଖାଲରେ ଏମିତି କାମ ସବୁ କଲେ ଏହି ଯୁବକ ଯେ ସରକାର ବାଧ୍ୟ ହୋଇ ରୋଡ଼ କାମ କଲେ, ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଇଣ୍ଡୋନେସିଆର ଜଣେ ନାଗରିକ ତାଙ୍କ ଅଞ୍ଚଳର ରାସ୍ତାରେ ଥିବା ବଡ଼ ବଡ଼ ଗର୍ତ୍ତ ଏବଂ ଖାଲ ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଏକ ନିଆରା ଉପାୟ ଅପଣାଇଛନ୍ତି। ସେ ଏହି ଖାଲ ଗୁଡିକରେ ଗାଧୋଇବା ସହ ମାଛ ଧରିବା ମଧ୍ୟ ଆରମ୍ଭ କରିଥିଲେ।
ତେବେ ତାଙ୍କର ଏହି କାର୍ଯ୍ୟକଳାପ ଖୁବ୍ ଶୀଘ୍ର ଭାଇରାଲ୍ ହେବା ସହ ପ୍ରଶାସନକୁ ଶୀଘ୍ର ରାସ୍ତା ମରାମତି କରିବାକୁ ବାଧ୍ୟ କରାଇଥିଲା।
ତେବେ ଏହି ବ୍ୟକ୍ତିଙ୍କ ନାମ ଅମାକ ଓହାନ ବୋଲି କୁହାଯାଉଛି। ଏହି ଖରାପ ଓ କ୍ଷତିଗ୍ରସ୍ତ ଏବଂ ବ୍ୟସ୍ତ ବହୁଳ ରାଜପଥରେ ଥିବା ଖାଲରେ ଗାଧୋଇବାବେଳେ ତାଙ୍କର ଫୋଟୋ ଖୁବ ଭାଇରାଲ ହେବା ସହ ସବୁଆଡେ ବ୍ୟାପି ଯାଇଥିଲା। ସେହି ମାର୍ଗ ଦେଇ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ପାଇଁ, ଅମାକଙ୍କର ଏହି 'କାର୍ଯ୍ୟ' ଏକ ହାସ୍ୟାସ୍ପଦ ଦୃଶ୍ୟରେ ପରିଣତ ହୋଇଯାଇଥିଲା।
ତେବେ ସେ ଏପରି କରୁଥିବା ବେଳେ ଲୋକେ ଭିଡିଓ କରିବା ଏବଂ ଫଟୋ ଉଠାଇବା ଆରମ୍ଭ କରିଥିଲେ। ବେଳେବେଳେ ସେ ନିଜ ଶରୀରରେ ଥିବା ଫୋମକୁ ମଗରେ ଖାଲରୁ ପାଣି ଆଣି ସଫା କରୁଥିଲେ ତ ବେଳେବେଳେ ସେ ଚେୟାରରେ ବସି ମତ୍ସ୍ୟଜୀବୀଙ୍କ ପରି ମାଛ ଧରିବାରେ ବ୍ୟସ୍ତ ଥିବା ଦେଖାଯାଉଥିଲା।
ତେବେ ଏହି ଫୋଟୋ ଗୁଡିକ ଏତେ ଭାଇରାଲ ହୋଇଯାଇଥିଲା ଯେ ଶେଷରେ ପ୍ରଶାସନ ଏହି ଖାଲ ଗୁଡିକୁ ଭରିବା ସହ ସେହି ରାସ୍ତାର ମରାମତି ଖୁବ ଶୀଘ୍ର ସମାପ୍ତ କରିଦେଇଥିଲେ।