ଦେଖନ୍ତୁ ଫୋଟୋ: ୫୦୦ କେଜି ଓଜନର ମଇଁଷିକୁ ଶୁଣ୍ଢରେ ଟେକି ଧରିଲା ଏହି ହାତୀ, ହାତୀଟିର ଶକ୍ତି ଦେଖିଲେ ତାଯୁବ ହେବେ ଆପଣ

ହାତୀକୁ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପ୍ରାଣୀମାନଙ୍କ ଭିତରେ ପରିଗଣିତ କରାଯାଇଥାଏ। ସିଂହ ଓ ବାଘ ପରି ଶକ୍ତିଶାଳୀ ଜୀବ ମଧ୍ୟ ହାତୀ ଆଗରେ ତିଷ୍ଠି ପାରନ୍ତି ନାହିଁ। ହାତୀଟିଏ ତୃଣଭୋଜି ହୋଇଥିଲେ ହେଁ ଏହା ଯେ କୌଣସି ଜୀବକୁ ଧରାଶାୟୀ କରିବାର କ୍ଷମତା ରଖିଥାଏ। ତେବେ, ସୋସିଆଲ ମିଡିଆରେ ଏହିଭଳି ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ହାତୀର ଶକ୍ତି ବିଷୟରେ ଆପଣ ସହଜରେ ଅନୁମାନ କରିପାରିବେ।
ପ୍ରକୃତରେ ଭାଇରାଲ ହେଉଥିବା ଏହି ପୋଷ୍ଟଟିରେ ହାତୀଟିଏ ଏକ ମଇଁଷିକୁ ଶୁଣ୍ଢରେ ଟେକି ଧରିଥିବା ଦେଖିବାକୁ ମିଳୁଛି। ପ୍ରାୟ ୫୦୦ କେଜି ଓଜନର ହୋଇଥିବା ମଇଁଷିକୁ ହାତୀ ଏପରି ଭାବରେ ଟେକି ରଖିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଦେଖନ୍ତୁ ଫୋଟୋ:-
Elephant spears a half ton buffalo.#Tiredearth pic.twitter.com/XFMI9X3O0h
— Green Planet (@Elizabeth_Ruler) September 1, 2021
ଏହି ଫୋଟୋଟି କେନିୟାର ହୋଇଥିବା ଜାଣିବାକୁ ମିଳିଛି। "Green Planet" ନାମକ ଏକ ପେଜ୍ ଦ୍ୱାରା ଟ୍ୱିଟରରେ ଏହାକୁ ପୋଷ୍ଟ କରାଯାଇଥିଲା। ଏହି ଫୋଟୋଟିରେ ବର୍ତ୍ତମାନ ସୁଦ୍ଧା ହଜ଼ାର ହଜ଼ାର ଭିୟୁ ଆସି ସାରିଥିବା ବେଳେ ଏଥିରେ ଏପର୍ଯ୍ୟନ୍ତ ୩୫୦ ରୁ ଅଧିକ ଲାଇକ୍ ଆସିସାରିଛି।