ଶୀତଲଙ୍କ ପ୍ରାଇଭେଟ୍ ଭିଡିଓ ଫଟୋ କାହିଁକି ଭାଇରାଲ୍ କଲା ଦୟାନିଧି? ଶାରୀରିକ ସମ୍ବନ୍ଧ ମୂଳରେ ସବୁକିଛି? ଜାଣନ୍ତୁ ପୁରା ଖବର

 
Sheetal Patra Dayanidhi Dahima

ପୁଣିଥରେ କାଷ୍ଟିଂ କାଉଚ ଏବଂ ଅଶ୍ଳୀଳ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ଓଲିଉଡ଼। ମାତ୍ର କିଛିଦିନ ତଳେ ହିଁ କିଛି ଅଭିନେତ୍ରୀ ଜଣେ ଓଡ଼ିଆ ସିନେ ନିର୍ମାତାଙ୍କ ନାମରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଫିଲ୍ମମେକରଙ୍କ ନାମରେ ଆସିଛି ସମାନ ଅଭିଯୋଗ। ଆଗଧାଡିର ଅଭିନେତ୍ରୀ ଶୀତଳ ପାତ୍ର ଏଭଳି ଅଭିଯୋଗ ଆଣିଥିବା ଜଣାପଡିଛି। 

Seetal

ମିଳିଥିବା ସୂଚନା ଅନୁଯାଇ ଅଭିଯୁକ୍ତ ଫିଲ୍ମମେକର୍ ଦୟାନିଧି ଦାହିମାଙ୍କ ସହିତ ୨୦୧୯ ମସିହାରେ ଦେଖା ହୋଇଥିଲେ ଶୀତଳ। ସେତେବେଳେ ଦୟା ତାଙ୍କୁ ଏକ ଚଳଚିତ୍ରରେ ସୁଯୋଗ ଦେଇଥିବା ବେଳେ ଭବିଷ୍ୟତରେ ଜାତୀୟ ସ୍ତରରେ ସୁଯୋଗ ଦେବାକୁ ପ୍ରତିଶୃତି ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କର ସମ୍ପର୍କ ପ୍ରେମ ଏବଂ ଶାରୀରିକ ସମ୍ପର୍କରେ ପରିବର୍ତ୍ତିତ ହୋଇଥିଲା। 

ତେବେ, ଦୟାଙ୍କ ପାଖରେ ଶୀତଳଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଏବଂ ଭିଡ଼ିଓ ରହିଥିଲା। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଦୟା ଶୀତଳଙ୍କ ନାମରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏବଂ ସେହି ଫୋଟୋ ଭିଡ଼ିଓ ଗୁଡିକୁ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏପରିକି ସୁଟିଂ ସେଟକୁ ଯାଇ ପାଟିତୁଣ୍ଡ ମଧ୍ୟ କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ:- ଗୋଟେ ସ୍ୱାମୀ ୨ ସ୍ତ୍ରୀ! ସ୍ୱାମୀକୁ ୩ ଦିନ ଲେଖାଏଁ ଭାଗ କଲେ ୨ ସ୍ତ୍ରୀ, ରବିବାର କାହା ସହ ରହିବ ସ୍ୱାମୀ? ଜାଣନ୍ତୁ ପୂରା ଘଟଣା

Dayanidhi

୩-୪ ମାସ ତଳେ ଶୀତଲ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ଉଭୟ ପକ୍ଷଙ୍କ ଭିତରେ ବୁଝାସୁଝା ପରେ ବୁଝାମଣା ହୋଇ ଯିବାରୁ ମାମଲା ଆଗକୁ ନବଢ଼ି ଏକ ପ୍ରକାର ସମାଧାନ ହୋଇଥିଲା। ତେବେ କିଛି ଦିନର ନିରବତା ପରେ ଦୟାନିଧି ଅଭିନେତ୍ରୀଙ୍କ ବିରୋଧରେ ବିଷ ଓଗାଳିବା ଆରମ୍ଭ କରିଥିଲେ। ସେ ଅନ୍ୟ ପ୍ରଯୋଜକଙ୍କ ନିକଟରେ ଶୀତଲଙ୍କ ବିରୋଧରେ ବର୍ଷିଥିଲେ। ଏମିତିକି ସୋସିଆଲ୍‌ ମିଡିଆରେ ଶୀତଲଙ୍କ ନାଁରେ ନକଲ ଆକାଉଣ୍ଟ ଖୋଲି ତାଙ୍କର ଚରିତ୍ର ସଂହାର କରିଥିଲେ। ସୁଟିଂ ସେଟ୍‌କୁ ଯାଇ ତାଙ୍କୁ ଅପମାନିତ କରିଥିଲେ। ଫୋନ୍‌ରେ ତାଙ୍କୁ ଓ ତାଙ୍କର ସାନ ଭାଇଙ୍କୁ ଧମକ ଦେଇଥିଲେ। 

ଶୀତଲଙ୍କର କିଛି ବ୍ୟକ୍ତିଗତ ମୁହୂର୍ତ୍ତର ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ୍‌ କରିବାଲାଗି ଧମକ ମଧ୍ୟ ଦେଇଥିଲେ। ବାରମ୍ବାର ଏଭଳି କରି ଅପମାନିତ କରିବା ସହ ତାଙ୍କର ପ୍ରୋଜେକ୍ଟକୁ ବାତିଲ୍‌ କରାଇଥିଲେ। ଏହାଦ୍ବାରା ଶୀତଲଙ୍କ କ୍ୟାରିୟରରେ କଳାଦାଗ ପଡ଼ିଥିଲା। ଦୟାନିଧିଙ୍କ ନିର୍ଯାତନାରେ ଅଣନିଶ୍ବାସ ହେବାପରେ ଶୀତଲ ଶେଷରେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ୭ଦିନ ମଧ୍ୟରେ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ନେବାକୁ ୩ ଦିନ ତଳେ ଅଦାଲତ ନିର୍ଦେଶ ଦେବାପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁକରିଛି। ଏହାପରେ ପୁଲିସ ଦୟାନିଧିଙ୍କୁ ଥାନାକୁ ଡ଼ାକିବା ପାଇଁ ଚେଷ୍ଟା କରିଥିଲେ ବି ସେ ଫେରାର୍ ଅଛନ୍ତି।