ସୋନୁ ସୁଦଙ୍କୁ ଯୁବତୀ ମାଗିଲେ ଏମିତି ସାହାଯ୍ୟ ଯେ ତୁରନ୍ତ ରାଗିଯାଇ ମନା କରିଦେଲେ ସୋନୁ, ଭାଇରାଲ୍ ହେଉଛି ଭିଡ଼ିଓ ଦେଖନ୍ତୁ

 
Sonu sood

ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବହୁତ ଜୀବନହାନି ଘଟାଇଛି। କରୋନାର ପ୍ରଥମ ଲହରରେ ଭାରତ ବିଶେଷ କ୍ଷତିଗ୍ରସ୍ତ ହୋଇନଥିଲା କିନ୍ତୁ ଦ୍ଵିତୀୟ ଲହର ବେଳକୁ ବିଭୀଷିକା ରଚିଥିଲା କରୋନା। ଏପରିକି ଭାରତରେ ଡାକ୍ତରଖାନାରେ ଶଯ୍ୟା ଏବଂ ଅକ୍ସିଜେନ୍ ର ଅଭାବ ମଧ୍ୟ ଦେଖାଦେଇଥିଲା।

ଏପରି ବିପରୀତ ପରିସ୍ଥିତିରେ ସାହାଯ୍ୟର ହାତ ବଢ଼ାଇଥିଲେ ଷ୍ଟାର ଅଭିନେତା ସୋନୁ ସୁଦ୍। ଲକଡ଼ାଉନ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ଫସିଯାଇଥିବା ଲୋକଙ୍କୁ ଘରେ ପହଞ୍ଚାଇବା ହେଉ ଅଥବା ରୋଗୀଙ୍କୁ ଅକ୍ସିଜେନ୍ ସିଲିଣ୍ଡର ପ୍ରଦାନ କରିବା ହେଉ ଏହିପରି ଅନେକ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ସୋନୁ।

କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ସୋନୁ ଜଣେ ଯୁବତୀଙ୍କୁ ସାହାଯ୍ୟ କରିବାକୁ ମନା କରିଦେବା ସହ ତାଙ୍କ ଉପରେ ରାଗିଯାଉଥିବା ଦେଖିବାକୁ ମିଳିଥିଲା।

ପ୍ରକୃତରେ ଯୁବତୀ ଜଣକ କିଛି ଦିନ ପୂର୍ବରୁ ସୋନୁଙ୍କ ପାଖରେ ପହଞ୍ଚି କିଛି ଆର୍ଥିକ ସହାୟତା ମାଗିଥିଲେ। କିନ୍ତୁ ସୋନୁ ତାଙ୍କୁ ସିଧାସଳଖ ମନା କରିଦେଇଥିଲେ ଏବଂ କେବଳ ମେଡ଼ିକାଲ ବିଲ୍ ପାଇଁ ହିଁ ସେ ଆର୍ଥିକ ସହାୟତା କରିପାରିବେ ଏବଂ ବ୍ୟାଙ୍କ ଋଣ ସୁଝିବା ବାବଦରେ କୌଣସି ଆର୍ଥିକ ସହାୟତା ସେ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଥିଲେ। ଏପରିକି ନିଜର ବ୍ୟକ୍ତିଗତ ଏବଂ ଆର୍ଥିକ ସାହାଯ୍ୟ ପାଇଁ ଆସିଥିବାରୁ ଯୁବତୀଙ୍କ ଉପରେ ସୋନୁ ରାଗିଯାଇଥିବା ଦେଖିବାକୁ ମିଳିଥିଲା।