ଅଜଗର ଓ କୁମ୍ଭୀର ଭିତରେ ହେଲା ଭୟଙ୍କର ଯୁଦ୍ଧ, ଶେଷରେ କାହାର ହେଲା ବିଜୟ? ଦେଖନ୍ତୁ ଭାଇରାଲ୍ ଭିଡିଓ

 
ଅଜଗର ଓ କୁମ୍ଭୀର ଭିତରେ ହେଲା ଭୟଙ୍କର ଯୁଦ୍ଧ, ଶେଷରେ କାହାର ହେଲା ବିଜୟ? ଦେଖନ୍ତୁ ଭାଇରାଲ୍ ଭିଡିଓ

ଉଭୟ ଅଜଗର ଏବଂ କୁମ୍ଭୀର କୁ ସରୀସୃପ ମାନଙ୍କ ଭିତରେ ସବୁଠାରୁ ବଡ଼ ବୋଲି ଗଣାଯାଇଥାଏ। ଏପରି ଅନେକ ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ ଯେଉଁଥିରେ ଅଜଗର ଏବଂ କୁମ୍ଭୀର ଜୀବଜନ୍ତୁଙ୍କୁ ଗିଳି ଦେଉଥିବାର ଦେଖାଯାଇଥାଏ। କିନ୍ତୁ ବର୍ତ୍ତମାନ ଉଭୟ କୁମ୍ଭୀର ଏବଂ ପାଇଥନ୍ ପରସ୍ପରକୁ ଗିଳିବାକୁ ଚେଷ୍ଟା କରୁଥିବା ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଏହି ଭିଡିଓକୁ ଓଜାଟ୍ରୋ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସେୟାର କରାଯାଇଛି। ଯେଉଁଥିରେ ଏକ ବିରାଟ ବଡ଼ ଅଜଗର ଏକ କୁମ୍ଭୀରକୁ ଅତି ସହଜରେ ଗିଳି ଦେଉଥିବାର ଭିଡ଼ିଓ ଦେଖିବାକୁ ମିଳୁଛି। ଭିଡିଓରେ ଦେଖାଯାଇଥିବା ପାଇଥନ୍ ଟି ବହୁତ ମୋଟା ଏବଂ ଲମ୍ବା ହୋଇଥିବା ବେଳେ କୁମ୍ଭୀରଟି ମଧ୍ୟ ବେସ୍ ଶକ୍ତିଶାଳୀ ଜଣାପଡୁଥିଲା। କିନ୍ତୁ ଦୀର୍ଘ ସମୟରେ ସଂଘର୍ଷ ପରେ ଅଜଗର ହିଁ ବିଜୟୀ ହୋଇ କୁମ୍ଭୀରକୁ ସମ୍ପୂର୍ଣ୍ଣ ରୂପେ କାବୁ କରି ନେଇଥିଲା।

ଏଠାରେ କହି ରଖୁଛୁ ଯେ ଅଜଗର ଗୁଡିକ ବଡ଼ ଏବଂ ଶକ୍ତିଶାଳୀ ହେବା ସହ ଏମାନେ ବହୁତ ଭଲ ଶିକାରୀ ମଧ୍ୟ ଅଟନ୍ତି। ଏମାନେ ଜଙ୍ଗଲରେ ଶୁଖିଲା ପତ୍ର,କାଦୁଅ ଭିତରେ ଲୁଚି ରହିଥାନ୍ତି ଏବଂ ଶିକାର କୁ ଦେଖିବା ମାତ୍ରେ ଏହା ଉପରକୁ ଆକ୍ରମଣ କରି ଦେଇଥାନ୍ତି। ଅଜଗରର ବହୁତ ଶକ୍ତ ମାଂସପେଶୀ ଥିବାରୁ ଏମାନେ ବହୁତ ସହଜରେ ନିଜ ଶିକାରକୁ ଗିଳି ହଜମ କରିପାରନ୍ତି।