ଦେଖନ୍ତୁ ଭୟାନକ ଭିଡ଼ିଓ: ସଙ୍ଘବଦ୍ଧ ହୋଇ ହାତୀକୁ ଆକ୍ରମଣ କଲେ ସିଂହ ଦଳ, ମାତ୍ର ଗଜରାଜ ସିଂହମାନଙ୍କୁ ସଠିକ ଶିକ୍ଷା ଦେଲେ

 
ଦେଖନ୍ତୁ ଭୟାନକ ଭିଡ଼ିଓ: ସଙ୍ଘବଦ୍ଧ ହୋଇ ହାତୀକୁ ଆକ୍ରମଣ କଲେ ସିଂହ ଦଳ, ମାତ୍ର ଗଜରାଜ ସିଂହମାନଙ୍କୁ ସଠିକ ଶିକ୍ଷା ଦେଲେ

ସିଂହ କୁ ଜଙ୍ଗଲର ରାଜା ବୋଲି କୁହାଯାଇ ଥାଏ। ଏହା କ୍ଷଣିକ ମଧ୍ୟରେ ଯେ କୌଣସି ପ୍ରାଣୀକୁ ଶିକାର କରିବାର କ୍ଷମତା ରଖିଥାଏ, କିନ୍ତୁ ବେଳେବେଳେ ଏହା ଏପରି ପଶୁମାନଙ୍କୁ ଆକ୍ରମଣ କରେ ଯାହା ତା ପାଇଁ ଭାରି ପଡ଼ିଯାଏ। ଅନେକ ଥର ସିଂହମାନେ ଏହି ଆକ୍ରମଣରେ ସଫଳତା ପାଆନ୍ତି ତ କେତେକ ଥର ସେମାନଙ୍କୁ ଏହା ଭାରି ପଡିଥାଏ।

ବର୍ତ୍ତମାନ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ଯେଉଁଥିରେ ସିଂହ ମାନଙ୍କର ଏକ ପୁରା ଦଳ ହାତୀ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଏହା ପରେ, ହାତୀଟି ସିଂହମାନଙ୍କୁ କିପରି ହରାଇବା ସହ ଏକ ଶିକ୍ଷା ଦେଉଛି ଏହାର ଦୃଶ୍ୟ କ୍ୟାମେରା ରେ କଏଦ୍ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ହାତୀ ପାଣି ପିଇବା ପାଇଁ ଜଙ୍ଗଲରେ ଥିବା ଏକ ହ୍ରଦରେ ପହଞ୍ଚୁଛି। ସେହି ସମୟରେ ସିଂହ ମାନଙ୍କର ଏକ ଦଳ ହାତୀକୁ ଦେଖି ଏହା ଉପରେ ଆକ୍ରମଣ କରୁଛନ୍ତି ଏବଂ ଏହାକୁ ତଳେ ପକାଇ ଏହାର ଶିକାର କରିବାକୁ ଉଦ୍ୟମ କରୁଛନ୍ତି। 

ଏପରିକି କେତେକ ସିଂହ ହାତୀ ଉପରେ ଚଢ଼ି ଯିବା ସହ ଏହାର ପିଠିକୁ ଚିରି ଦେଉଛନ୍ତି। କିନ୍ତୁ ହାତୀଟି ଏତିକିରେ ହାର ମାନୁନାହିଁ ଏବଂ ଏହା ସିଂହମାନଙ୍କ ଉପରେ ପାଲଟା ଆକ୍ରମଣ କରୁଛି। ଯେଉଁଥିରେ କିଛି ସିଂହ ଆହତ ହେବା ସହ ହାତୀ ଠାରୁ ଡରିଯାଇ ସେଠାରୁ ପଳାଉଛନ୍ତି।