ଦେଖନ୍ତୁ ଭିଡ଼ିଓ: 32 ଘଣ୍ଟା ଟ୍ରେନରେ ମୁମ୍ବାଇ ରୁ ଭୁବନେଶ୍ବର ଯାତ୍ରା କରିଲା ଏହି କୁକୁର, ଭିଡ଼ିଓ ହେଲା ଭାଇରାଲ….

 
Rio the lab

ଆପଣ ନିଜ ଜୀବନରେ କେବେ ନା କେବେ ନିଶ୍ଚିତ ଭାବରେ ଟ୍ରେନରେ ଯାତ୍ରା କରିଥିବେ। କିନ୍ତୁ, ଯଦି ଆପଣ ଟ୍ରେନ ଯୋଗେ ନିଜ ପୋଷା କୁକୁରକୁ ନେଇଯିବା ପାଇଁ ଚାହୁଁଛନ୍ତି ତେବେ ଏହା ସମ୍ଭବ ଅଟେ। ଭାରତୀୟ ରେଳ ଦ୍ୱାରା ଏଥିପାଇଁ କେତେକ ସ୍ୱତନ୍ତ୍ର ନିୟମ ମଧ୍ୟ ପ୍ରଣୟନ କରାଯାଇଛି। ଏବେ, ସୋସିଆଲ ମିଡିଆରେ ଏକ କୁକୁରର ଭିଡ଼ିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ସେ ଟ୍ରେନ ଯୋଗେ ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି।

Rio

ଭାଇରାଲ ହେଉଥିବା ଭିଡ଼ିଓରେ ରିଓ ନାମକ ଏକ କୁକୁର ଟ୍ରେନରେ ଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। କୁକୁରଟି ନିଜ ମାଲିକାଣିଙ୍କ ସହିତ ମୁମ୍ବାଇ ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିଥିବା ଜଣାଯାଇଛି। ଏହି ଭିଡ଼ିଓଟିକୁ @alabnamed_rio ନାମକ ଏକ ଇଂଷ୍ଟାଗ୍ରାମ ପେଜ୍ ଦ୍ୱାରା ସେୟାର କରାଯାଇଥିଲା। ଏହି ଭିଡ଼ିଓଟିକୁ ଅକ୍ଟୋବର ୧ ତାରିଖରେ ଅପଲୋଡ଼ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ୨୩ ହଜ଼ାରରୁ ଅଧିକ ଲୋକେ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡ଼ିଓ:-

ଏବେ ଆସନ୍ତୁ ଜାଣିବା ଟ୍ରେନ ଦ୍ୱାରା ପୋଷା କୁକୁରକୁ ନେବାକୁ ହେବେ ଭାରତୀୟ ରେଳ ଦ୍ୱାରା ପ୍ରଣୟନ କରାଯାଇଥିବା କେତେକ ନିୟମ:-

୧.ଭାରତୀୟ ରେଳବାଇ ଜଣେ ଯାତ୍ରୀଙ୍କୁ ଜର୍ମାନ ସେଫର୍ଡ଼, ଲାବ୍ରାଡର୍ ଏବଂ ବକ୍ସର ପରି ଛୋଟ କିମ୍ବା ବଡ କୁକୁରଙ୍କୁ ନେଇଯିବାର ଅନୁମତି ଦେଇଥାଏ। କିନ୍ତୁ ଗୃହପାଳିତ ପଶୁମାନଙ୍କୁ କେବଳ ଏସି ପ୍ରଥମ ଶ୍ରେଣୀରେ ହିଁ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି।

୨.ଯେଉଁ କମ୍ପାର୍ଟମେଣ୍ଟରେ ଅନ୍ୟ ଯାତ୍ରୀମାନେ ବସିଥାନ୍ତି, କୁକୁର ପାଇଁ ଏହା ବୁକ୍ ହୋଇପାରିବ ନାହିଁ। ଏଥିପାଇଁ ଟ୍ରେନରେ ପୁରା କମ୍ପାର୍ଟମେଣ୍ଟକୁ ସଂରକ୍ଷଣ କରିବାକୁ ପଡିବ।

୩. ଛୋଟ କୁକୁରମାନଙ୍କୁ ବାକ୍ସଗୁଡିକ ଦ୍ୱାରା ସ୍ୱତନ୍ତ୍ର ଭାବରେ ନିଆ ଯାଇପାରିବ। ଯାତ୍ରୀମାନେ ଏଗୁଡିକୁ ସର୍ବନିମ୍ନ ଦେୟ ଦେଇ ବ୍ୟବହାର କରାଯାଇପାରିବ।