ଓଡିଆ ଝିଅ ଅପସରା ହେବେ ବଲିଉଡ୍ ହିରୋଇନ୍, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅକୁହା କଥା

ଏବେ ଜଣେ ଓଡିଆ ହିରୋଇନଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କ ନାମକୁ ବହୁଳ ଭାବରେ ଇଣ୍ଟରନେଟରେ ସର୍ଚ କରୁଛନ୍ତି। ଆଉ ସେ ହେଉଛନ୍ତି ଓଡିଆ ଝିଅ ଅପସରା ରାଣୀ, ଯିଏ ବଲିଉଡରେ ହିରୋଇନ ହେବାକୁ ଯାଉଛନ୍ତି। ସେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍ଗୋପାଲ୍ ବର୍ମା ତାଙ୍କ ଅପ୍କମିଂ ୱେବ୍ ଫିଲ୍ମ ‘ଥ୍ରୀଲର୍’ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅପସରାଙ୍କ କିଛି ବୋଲ୍ଡ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ସୋସିଆଲ୍ ରେ ଫଲୋଅର୍ସ ବଢିବାରେ
 
ଓଡିଆ ଝିଅ ଅପସରା ହେବେ ବଲିଉଡ୍ ହିରୋଇନ୍, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅକୁହା କଥା

ଏବେ ଜଣେ ଓଡିଆ ହିରୋଇନଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କ ନାମକୁ ବହୁଳ ଭାବରେ ଇଣ୍ଟରନେଟରେ ସର୍ଚ କରୁଛନ୍ତି। ଆଉ ସେ ହେଉଛନ୍ତି ଓଡିଆ ଝିଅ ଅପସରା ରାଣୀ, ଯିଏ ବଲିଉଡରେ ହିରୋଇନ ହେବାକୁ ଯାଉଛନ୍ତି। ସେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରାମ୍‌ଗୋପାଲ୍‌ ବର୍ମା ତାଙ୍କ ଅପ୍‌କମିଂ ୱେବ୍‌ ଫିଲ୍ମ ‘ଥ୍ରୀଲର୍’ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅପସରାଙ୍କ କିଛି ବୋଲ୍ଡ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ସୋସିଆଲ୍ ରେ ଫଲୋଅର୍ସ ବଢିବାରେ ଲାଗିଛି। ଓଡିଆ ଚଳଚିତ୍ର ‘ପାଟଣାଗଡ’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଅଙ୍କିତାରୁ ଅପସରା ପାଲଟିଯାଇଥିଲେ।

ଓଡିଆ ଝିଅ ଅପସରା ହେବେ ବଲିଉଡ୍ ହିରୋଇନ୍, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅକୁହା କଥା

ତେବେ ଅପସରା ହେଉଛନ୍ତି ଓଡିଆ ଝିଅ, ସେ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ଗ୍ରାମର ଅଟନ୍ତି। ତାଙ୍କ ପ୍ରକୃତ ନାମ ହେଉଛି ଅଙ୍କିତା ମହାରଣା। ହେଲେ ଅପସରା ଦେହରାଦୁନରେ ବଢିଛନ୍ତି। ବାପା ଚନ୍ଦ୍ରଶେଖର ମହାରଣା ବାୟୁସେନା କର୍ମଚାରୀ ହୋଇଥିବାରୁ ଅପସରା ବିଭିନ ସ୍ଥାନରେ ରହିଛନ୍ତି। ପିଲାଦିନ ନୟାଗଡ଼ର କଣ୍ଟିଲୋରେ ବିତିଥିବା ବେଳେ ହାଇଦ୍ରାବାଦ ତାଙ୍କର କର୍ମ କ୍ଷେତ୍ର। ସେ ଅଭିନେତ୍ରୀ ସହିତ ଜଣେ ଭଲ ଡାନ୍ସର ଓ ଥିଏଟର୍ ଅଭିନେତ୍ରୀ ମଧ୍ୟ। ସେ ୪ ଥର ଡାନ୍ସ ପାଇଁ ଶ୍ରେଷ୍ଠ ପୁରଷ୍କାର ପାଇଥିଲେ। ସେ କମ୍ପ୍ୟୁଟର ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ସେ ପାଠପଢା ସମୟରେ ଅନେକ ଆଡ୍ ସୁଟ କରିଥିଲେ। ଅପସରା ଦୁଇଟି ଦକ୍ଷିଣ ଭାରତୀୟ ଚଳଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ।

ଓଡିଆ ଝିଅ ଅପସରା ହେବେ ବଲିଉଡ୍ ହିରୋଇନ୍, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅକୁହା କଥା

ତେବେ ଅପସରାଙ୍କ ଏହି ଫିଲ୍ମରୁ ରାମଗୋପାଳ ବର୍ମା ତାଙ୍କୁ ନିଜ ଫିଲ୍ମରେ ନେବାକୁ କହିଥିଲେ। ସେ ରାମଗୋପାଳ ବର୍ମାଙ୍କ ଦୁଇଟି ହିନ୍ଦୀ ସିନେମା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଅପସରାଙ୍କ ପ୍ରଥମ କ୍ଷୁଦ୍ର ଚଳଚିତ୍ର ଥ୍ରୀଲର୍‌ର ସୁଟିଂ ହାଇଦ୍ରାବାଦରେ ଆରମ୍ଭ ହୋଇଛି। ରାମଗୋପାଳ ବର୍ମାଙ୍କ ଅପସରାଙ୍କୁ ନେଇ କହିଥିବା ଟୁଇଟକୁ ଓଡିଶାବାସୀ ନାପସନ୍ଦ କରିଥିଲେ। ସେ କହିଥିଲେ ‘ଅପସରା ରାଣୀଙ୍କୁ ଭେଟିବା ପୂର୍ବରୁ ଜାଣିନଥିଲି ସେ ଓଡ଼ିଶାର। ୧୯୯୯ ମହାବାତ୍ୟା ପରେ ଓଡ଼ିଶା ବିଷୟରେ ଜାଣିବାକୁ ପାଇଥିଲି। ଏବେ ଅପସରା ରାଣୀଙ୍କୁ ଭେଟିବା ପରେ ଜାଣିଲି ଏତେ ସୁନ୍ଦର ପ୍ରତିଭା ଓଡ଼ିଶାରେ ଅଛନ୍ତି। ଯେଉଁମାନେ ଓଡ଼ିଶାର ଶକ୍ତି।’

ଅପସରାଙ୍କ ସଫଳତାକୁ ନେଇ ପିତା ଚନ୍ଦ୍ରଶେଖର ମହାରଣା କୁହନ୍ତି “ଅପସରା ମାତ୍ର ତିନି ବର୍ଷ ବୟସରୁ ନୃତ୍ୟ ଗୀତ ପ୍ରତି ରୁଚି ରଖିଥିଲା। ନୂଆଦିଲ୍ଲୀରେ ବାୟୁସେନା ଅଧିକାରୀଙ୍କ ଉତ୍ସବରେ ପ୍ରତିବର୍ଷ ଅପସରା ନିଜ ଭଲ ନୃତ୍ୟ ପାଇଁ ପୁରସ୍କୃତ ହେଉଥିଲା। ମାଆ ସନ୍ଧ୍ୟାରାଣୀଙ୍କ କହିବା ଅନୁସାରେ ସ୍ୱାମୀଙ୍କ କାର୍ଯ୍ୟ ବ୍ୟସ୍ତତା ହେତୁ ସେ ସର୍ବଦା ଝିଅର ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିିଆସୁଛନ୍ତି। ଝିଅ ବଲିଉଡ୍‌ରେ ସୁଯୋଗ ପାଇଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି।”