ଦେଖନ୍ତୁ ଭିଡ଼ିଓ: ଲାଇଭ୍ ନ୍ୟୁଜ୍ ପଢୁଥିବା ବେଳେ ହଠାତ ଖସିପଡ଼ିଲା ଆଙ୍କରଙ୍କ ଦାନ୍ତ, ଦେଖିଲେ ତାଯୁବ ହେବେ ଆପଣ

 
News anchor

ଲାଇଭ୍ ନ୍ୟୁଜ୍ ପ୍ରସାରଣ ହେଉଥିବା ସମୟରେ ଆଙ୍କର୍ ମାନଙ୍କୁ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ନ୍ୟୁଜ୍ ଆଙ୍କରଙ୍କୁ ଖବର ପଢୁଥିବା ସମୟରେ ଏକ ଅଜବ କାରଣବଶତଃ ହଟହଟା ହେବାକୁ ପଡିଥିଲା।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ମହିଳା ନ୍ୟୁଜ୍ ଆଙ୍କରଙ୍କୁ ଦେଖିବାକୁ ମିଳୁଛି। ସେ ନ୍ୟୁଜ୍ ଉପସ୍ଥାପନ କରିବାରେ ବ୍ୟସ୍ତ ଥିବାବେଳେ ହଠାତ ତାଙ୍କର ଏକ ଦାନ୍ତ ଭାଙ୍ଗି ଯାଉଛି। କିନ୍ତୁ, Marcihka Padalko ନାମକ ଏହି ଉପସ୍ଥାପିକା ଜଣକ ଏଥିରେ ବିଚଳିତ ନ ହୋଇ ଖବର ପଢ଼ିବା ଜାରି ରଖିଥିଲେ।

ଦେଖନ୍ତୁ ଭିଡ଼ିଓ:-

ଏହି ଘଟଣାଟି ୟୁକ୍ରେନ୍ ରେ ଘଟିଥିବା ଜଣାଯାଇଛି। ଉପସ୍ଥାପିକା ଜଣକ ନିଜେ ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିଛି ବର୍ଷ ତଳେ ତାଙ୍କ ଝିଅ ଏକ ଲୁହା ଘଣ୍ଟାରେ ତାଙ୍କର ଆଗ ଦାନ୍ତ ଭାଙ୍ଗି ଦେଇଥିଲା। ସେହିଦିନଠାରୁ Marcihka Padalko ନକଲି ଦାନ୍ତ ବ୍ୟବହାର କରି ଆସୁଛନ୍ତି। ସେ ପୋଷ୍ଟ କରିଥିବା ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ୩୪ ହଜ଼ାରରୁ ଅଧିକ ଭିୟୁ ମିଳିସାରିଛି।