୬୦୦ ରୁ ଅଧିକ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ ଏହି ଷ୍ଟାର କ୍ରିକେଟର, ନିଜକୁ ଜଣେ ପୁରୁଷ ବେଶ୍ୟା କହୁଛନ୍ତି ଏହି ଖେଳାଳି

 
୬୦୦ ରୁ ଅଧିକ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ ଏହି ଷ୍ଟାର କ୍ରିକେଟର, ନିଜକୁ ଜଣେ ପୁରୁଷ ବେଶ୍ୟା କହୁଛନ୍ତି ଏହି ଖେଳାଳି

ସାଧାରଣତଃ ୱେଷ୍ଟଇଣ୍ଡିଜ୍ କ୍ରିକେଟର ମାନେ ମଇଦାନ ଏବଂ ମଇଦାନ ବାହାରେ ନିଜର ରଙ୍ଗୀନ ମିଜାଜ୍ କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଏଭଳି ଜଣେ ୱେଷ୍ଟଇଣ୍ଡିଜ କ୍ରିକେଟର ମଧ୍ୟ ଅଛନ୍ତି ଯିଏ ନିଜକୁ ପୁରୁଷ ବେଶ୍ୟା ବୋଲି କହି ଚର୍ଚ୍ଚା ର ପରିସର କୁ ଆସିଥିଲେ।

ଏହି ବିଷୟରେ ୱେଷ୍ଟଇଣ୍ଡିଜ୍ ଫାଷ୍ଟ ବୋଲର ଟିନୋ ବେଷ୍ଟ ତାଙ୍କ ଆତ୍ମଜୀବନୀରେ ଗର୍ଲଫ୍ରେଣ୍ଡ ଏବଂ ସେମାନଙ୍କ ସହ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତ୍ତ ବିଷୟରେ ଲେଖିଛନ୍ତି। ବହୁତ ଚର୍ଚ୍ଚା ରେ ଆସିଥିବା ଏହି ପୁସ୍ତକରେ ସେ ଲେଖିଛନ୍ତି ଯେ ସେ ନିଜ ଜୀବନରେ ଏପର୍ଯ୍ୟନ୍ତ ୬୫୦ ରୁ ଅଧିକ ମହିଳାଙ୍କ ସହ ରାତି କଟାଇ ସାରିଛନ୍ତି, ଏପରିକି ତାଙ୍କ ସାଥୀ ଖେଳାଳିମାନେ ମଧ୍ୟ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିବା କଥା ସେ ସ୍ୱୀକାର କରିଛନ୍ତି।

ନିଜକୁ ଦୁନିଆର ସବୁଠାରୁ ସୁନ୍ଦର ଲଣ୍ଡା ହୋଇଥିବା କଳା ପୁରୁଷ ବୋଲି ବିବେଚନା କରୁଥିବା ଟିନୋ କହିବା ମୁତାବକ, ସେ ଖେଳିବା ପାଇଁ ବିଭିନ୍ନ ଦେଶ ବୁଲିଥିବା ବେଳେ ପ୍ରତି ଦେଶରେ ସେ ବିଭିନ୍ନ ମହିଳାଙ୍କୁ ଡେଟ୍ କରୁଥିଲେ ଏବଂ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦ୍ରୁତ ବୋଲର ଭାବରେ ଟିନୋ ୱେଷ୍ଟଇଣ୍ଡିଜ୍ ପାଇଁ ୨୫ ଟି ଟେଷ୍ଟ ମ୍ୟାଚ୍ ଖେଳି ୫୭ ୱିକେଟ୍ ନେବା ସହ ୨୨୯୧ ରନ୍ ସଂଗ୍ରହ କରିଥିଲେ। ସେ ଡିସେମ୍ବର ୨୦୧୩ ରେ ହାମିଲଟନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିବାବେଳେ ଶେଷ ଏକଦିବସୀୟ ମ୍ୟାଚ ଜାନୁଆରୀ ୨୦୧୪ ରେ ନେଲସନରେ ଖେଳିଥିଲେ। ସେହିପରି ୨୬ ଟି ଦିନିକିଆରେ ଟିନୋ ୧୧୫୭ ରନ୍ ସଂଗ୍ରହ କରି ୩୪ ୱିକେଟ୍ ନେଇଛନ୍ତି।