ଓଲିଉଡ଼ ସୁପରଷ୍ଟାର ମିହିର୍ ଦାସଙ୍କ ପରଲୋକ, ୬୩ ବର୍ଷରେ କଲେ ଶେଷ ନିଃଶ୍ୱାସ ତ୍ୟାଗ, ଜାଣନ୍ତୁ କେମିତି ହେଲା ତାଙ୍କ ମୃତ୍ୟୁ

 
Mihir das

ଆଉ ନାହାଁନ୍ତି ଓଡ଼ିଆ ଚଳଚ୍ଚିତ୍ର ଯୁଗର ସୁପରିଚିତ ଅଭିନେତା ମିହିର୍ ଦାସ। ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। କିଛି ଦିନ ଧରି ଅସୁସ୍ଥ ରହିବା ସହ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।

Mihir das

ସୂଚନାଯୋଗ୍ୟ, ମିହିର କିଡନୀ ଜନିତ ସମସ୍ୟା ହେତୁ କିଛି ଦିନ ତଳେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ତେବେ ମିହିରଙ୍କର ଏକାଧିକ ଅଙ୍ଗ ନଷ୍ଟ ହୋଇଥିବା ଜଣାପଡିଥିଲା। କିଡନୀ ରୋଗରେ ପୀଡିତ ଥିବା ମିହିରଙ୍କର ଡାଏଲେସିସ୍‌ କରାଯାଉଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବା ପାଇଁ ଭେନ୍ଟିଲେଟର୍‌ ସପୋର୍ଟର ବ୍ୟବହାର କରାଯାଉଥିଲା। 

Mihir das

ମିହିର ଦାସ ନିଜ ଅଭିନୟ ଜୀବନ ଭିତରେ ନାୟକ, ଖଳନାୟକ, ହାସ୍ୟଅଭିନେତା ପରି ପ୍ରାୟ ସବୁ ଚରିତ୍ରକୁ ବେସ ନିପୁଣତାର ସହିତ ପ୍ରତିପାଦନ କରି ପାରିଥିଲେ। ଯେଉଁଥିପାଇଁ ଓଲିଉଡ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଆ ଲୋକଙ୍କମନରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ୧୯୬୬ ମସିହା ଫେବୃଆରୀ ୧୭ ତରିଖରେ ମୟୂରଭଞ୍ଜ ଜିଲ୍ଲାରେ ମିହିର ଦାସ ଜନ୍ମ ଗ୍ରହଣ କରିଥିଲେ। ଏବଂ ସେ ୧୯୭୬ ମସିହାରେ ଓଡିଉଡ ଜଗତରେ ପାଦ ଥାପିଥିଲେ। ଏହା ପରଠୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।