"ତାରକ୍ ମେହତା" ସିରିଏଲର ଜେଠାଲାଲ୍ ଓ ବବିତା ଏପିସୋଡ଼ ପ୍ରତି ନିଅନ୍ତି ଏତେ ଟଙ୍କା ଜାଣିଲେ ଉଡିଯିବ ହୋସ୍

 
"ତାରକ୍ ମେହତା" ସିରିଏଲର ଜେଠାଲାଲ୍ ଓ ବବିତା ଏପିସୋଡ଼ ପ୍ରତି ନିଅନ୍ତି ଏତେ ଟଙ୍କା ଜାଣିଲେ ଉଡିଯିବ ହୋସ୍

"ତାରକ ମେହେଟ୍ଟା କା ଉଲଟା ଚଶ୍ମା" ଶୋ’ର ଜେଠାଲାଲ ଅଥବା ଦିଲୀପ ଯୋଶୀ ଏବଂ ବାବିତା ସାଜିଥିବା ମୁମୁନ୍ ଦତ୍ତ ନିଜ ଅଭିନୟ ବଳରେ ବର୍ଷ ବର୍ଷ ଧରି ଲୋକମାନଙ୍କର ହୃଦୟ ଜିତି ନେଇଥିଲେ। 

ତେବେ ତାରକ ମେହେଟ୍ଟା ଏକ ବହୁତ ଲୋକପ୍ରିୟ ସୋ ହୋଇଥିବା ବେଳେ। ଏହି ଶୋ’ର ମୁଖ୍ୟ ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ଦିଲୀପ ଯୋଶୀ ଜେଠାଲାଲ ଭୂମିକା କରିବା ପାଇଁ ପ୍ରତି ଏପିସୋଡ ପିଛା ପ୍ରାୟ ୧.୫ ଲକ୍ଷ ଟଙ୍କା ନେଇଥାନ୍ତି। ଏହି କାରଣରୁ ସେ ସୋ’ର ସବୁଠାରୁ ଦାମୀ ଅଭିନେତା ଅଟନ୍ତି।

ଦିଲୀପ ଯୋଶୀଙ୍କ ପରେ ତାରକ ମେହେଟ୍ଟା ଭୂମିକା ରେ ଥିବା ଶିଲେଶ ଲୋଡାଙ୍କୁ ପ୍ରତି ଏପିସୋଡ ପିଛା ୧ ଲକ୍ଷ ଟଙ୍କା ଦିଆଯାଏ। ଭୀଡ଼େ ଭୂମିକାରେ ଥିବା ମାଣ୍ଡାର ଚାନ୍ଦଭକରଙ୍କୁ ପ୍ରତି ଏପିସୋଡରେ ୮୦ ହଜାର ଟଙ୍କା ଦିଆଯାଏ। ତେବେ ସମସ୍ତଙ୍କର ପ୍ରିୟ ବାବିତା ତଥା ମୁନ୍ ମୁନ୍ ଦତ୍ତ ଏପିସୋଡ୍ ପ୍ରତି ୫୦ ହଜାର ଟଙ୍କା ନେଇଥାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସିରିଏଲ୍ କୁ ଗତ ୧୩ ବର୍ଷ ଧରି ଲୋକମାନେ ଖୁବ୍ ପସନ୍ଦ କରି ଆସୁଛନ୍ତି। ଏହି ଶୋ’ର ମୁଖ୍ୟ ଆକର୍ଷଣ ହେଉଛି ଯେ, ଏହା ସମାଜ ସହ ଜଡିତ ବିଷୟଗୁଡିକ ଅତି ସହଜରେ ସମସ୍ତଙ୍କ ସାମ୍ନା କୁ ଆଣିଥାଏ। ଏହି ସିରିଏଲ ଟି ସମ୍ପୂର୍ଣ୍ଣ ଶାଳୀନ ହୋଇଥିବା ବେଳେ ଏହାକୁ ପୁରା ପରିବାର ଏକାଠି ବସି ଦେଖି ହେଉଥିବାରୁ ଏହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥାଏ।