ଦେଖନ୍ତୁ ଭିଡ଼ିଓ: ଅଚଳ ପଡ଼ିଥିବା ବିମାନ ପଙ୍ଖାରେ ଦୋଳି ଝୁଲିଲେ ମୂର୍ଖ ତାଲିବାନୀ, ଭିଡ଼ିଓ ଦେଖିଲେ ହସିବେ ଆପଣ

 
Taliban

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ଦିନଠାରୁ ସୋସିଆଲ ମିଡିଆରେ ଅନେକ ଯନ୍ତ୍ରଣାଦାୟକ ଚିତ୍ର ଏବଂ ଭିଡିଓ ଦେଖିବାକୁ ମିଳୁଛି।  ଏପରିକି ଆଫଗାନିସ୍ତାନର ପରିସ୍ଥିତି ଆବଶ୍ୟକତାଠାରୁ ଅଧିକ ଭୟଙ୍କର ହୋଇପଡ଼ିଛି। ଏହି ଭିଡିଓଗୁଡିକ ମଧ୍ୟରୁ ଏପରି କେତେକ ଭିଡ଼ିଓ ରହିଛି ଯେଉଁଥିରେ ତାଲିବାନୀ ମାନଙ୍କର ମୂର୍ଖତା ସାମ୍ନାକୁ ଆସିଛି।

ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେମାନଙ୍କର ଏକ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ଏକ ଅଚଳ ଯୁଦ୍ଧ ବିମାନ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଯେଉଁଥିରେ ଦଉଡି ଲଗାଇ ଜଣେ ତାଲିବାନୀ ଦୋଳି ଖେଳୁଥିବା ଦେଖାଯାଇଥିଲା। ପ୍ରକୃତରେ ଏହା ଅମେରିକୀୟ ସେନାର ଯୁଦ୍ଧ ବିମାନ ଅଟେ ଯାହାକୁ ସେମାନେ ଫେରିବା ବେଳେ ଅଚଳ କରି ଦେଇଥିଲେ।

ଦେଖନ୍ତୁ ଭିଡ଼ିଓ:

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ତାଲିବାନୀମାନେ ଏକ ଜିମ୍ ଭିତରେ ଏବଂ ଛୋଟ ପିଲାଙ୍କ ପାର୍କରେ ଖେଳୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ @JBaghwan ନାମକ ପେଜ୍ ଦ୍ୱାରା ଟ୍ୱିଟରରେ ପୋଷ୍ଟ କରାଯାଇଥିଲା। ସ୍ୱଳ୍ପ ସମୟ ଭିତରେ ଭିଡ଼ିଓଟିରେ ୧୪ ହଜ଼ାରରୁ ଅଧିକ ଭିୟୁ ଆସିସାରିଛି।