ସ୍ୱାମୀଙ୍କ ଠାରୁ ଅଲଗା ରହି ଗର୍ଭବତୀ ହେବା ପରେ ମୁହଁ ଖୋଲିଲେ ନୁସରତ୍, କହିଲେ ମୁଁ ସେମିତି ଝିଅ ନୁହେଁ ଯିଏ...

 
Nusrat

2019 ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଅଭିନେତ୍ରୀ ତଥା ତୁଳମୂଳ କଂଗ୍ରେସର ସାଂସଦ ନୁସରତ ଜାହାନ ଏବଂ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହ ଅନ୍ୟତମ। ଉଭୟଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। ବର୍ତ୍ତମାନ ନୁସରତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତୁର୍କୀରେ ନିଖିଲ ଜୈନଙ୍କ ବିବାହର ସମସ୍ତ ଫଟୋ ଡିଲିଟ କରିଛନ୍ତି। ବୁଧବାର ଦିନ ନୁସରତ ଜାହାନ ନିଜ ବିବାହର ସତ୍ୟତାକୁ ବିଶ୍ୱ ସାମ୍ନାରେ ରଖି ଘୋଷଣା କରିଛନ୍ତି ଯେ ସେ ସ୍ୱାମୀ ନିଖିଲ ଜୈନଙ୍କଠାରୁ ସେ ଅଲଗା ହୋଇ ସାରିଛନ୍ତି।

ନିଖିଲଙ୍କ ବିରୁଦ୍ଧରେ ଅଭିଯୋଗ କରି ନୁସରତ ତାଙ୍କ ବିବୃତ୍ତିରେ ମଧ୍ୟ ପ୍ରକାଶ କରିଛନ୍ତି ଯେ ନିଖିଲ ଜୈନ ତାଙ୍କ ସମ୍ମତି ବିନା ତାଙ୍କ ଟଙ୍କାକୁ ଅପବ୍ୟବହାର କରୁଥିଲେ ଏବଂ ଏକ ଆକାଉଣ୍ଟକୁ ଏଣୁତେଣୁ ବ୍ୟବହାର କରୁଥିଲେ। ତେବେ ନୁସରତ ନିଜ ସୋସିଆଲ୍ ମିଡିଆରେ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି, ‘ମୁଁ ସେମିତିକା ଝିଅ ରୂପରେ ମନେ ରଖା ଯିବନି ଯିଏ ନିଜ ମୁହଁ ବନ୍ଦ ରଖେ..ଆଉ ଏହି କଥାରୁ କୌଣସି ଅସୁବିଧା ନାହିଁ।

ଏଥି ସହିତ, ଏହା ମଧ୍ୟ ଜଣାଯାଇଛି ଯେ, 'ନୁସରତ୍ ୬ ମାସ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କହିଛନ୍ତି ଯେ ମୁଁ ଏ ବିଷୟରେ ଜାଣି ନାହିଁ, ଯଦି ସେ ମା ହେବାକୁ ଯାଉଛନ୍ତି, ତେବେ ପିଲାଟି ମୋର ନୁହେଁ। ଆମେ ଦୀର୍ଘ ସମୟ ଧରି ଏକାଠି ନ ଥିଲୁ। ଅନ୍ୟ ପକ୍ଷରେ ନୁସରତ କହିଛନ୍ତି, ନିଖିଲଙ୍କ ସହ ସମ୍ଭୋଗ କରିଛି ହେଲେ ବିବାହ କରି ନାହିଁ। ଏହାଫଳରେ ବିବାହ ବିଚ୍ଛେଦର ପ୍ରଶ୍ନ ଉଠୁନି। କିନ୍ତୁ ସେ ମା ହେବାକୁ ଯାଉଛନ୍ତି।

ଅନାଗତ ସନ୍ତାନର ପିତୃ ପରିଚୟ କ'ଣ ହେବ। ତାହାକୁ ନେଇ ଗତ ପାଞ୍ଚ ଦିନ ଧରି ବିତର୍କ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ନିଖିଲଙ୍କ ସହିତ ତାଙ୍କର ବିବାହ ବିଚ୍ଛେଦ ହେଉନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି। ଏପରିକି ଲେଖୁକା ତସଲିମା ନାଜରିନ୍ ବି ନୁସରତଙ୍କ ନୀରବତାକୁ ନେଇ ଇଣ୍ଟରନେଟ୍ ମାଧ୍ୟମରେ ଲେଖିଥିଲେ, ଏହା ଯଦି ପରିସ୍ଥିତି ହୁଏ, ତେବେ ନିଖିଲ ଆଉ ନୁସରତ ଡିଭୋର୍ସ ହୋଇଯିବା ବି ଭଲ। କୌଣସି ବି ସଂପର୍କ ଝୁଲେଇ ରଖୁବା ଉଚିତ ନୁହେଁ। ଏଥୁରେ ଦୁଇ ପକ୍ଷ ଆଶ୍ବସ୍ତ ହେବେ।