ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି ତାଙ୍କ ପୋଷା କୁକୁର, କ୍ଲିକ କରି ଦେଖନ୍ତୁ ଭିଡିଓ କେମିତି ସେ ଖୋଜି ବୁଲୁଛି ସୁଶାନ୍ତଙ୍କୁ

ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଦୁନିଆ ଛାଡି ଚାଲିଗଲେ ସେତେବେଳେ ସମଗ୍ର ଦେଶ ଉଦାସ ହୋଇଗଲା। ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି କଳାକାର ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରିବାର ସହିତ ତାଙ୍କ ପ୍ରଶଂସକଙ୍କ ମାନେ ମଧ୍ୟ ବିଶ୍ୱାସ କରି ପାରୁ ନାହାନ୍ତି ଯେ କାହିଁକି ସୁଶାନ୍ତ ଏପରି ପଦକ୍ଷେପ ନେଲେ। ଲୋକମାନେ ଏହି ଦୁଃଖରୁ ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏମିତି ହିଁ ସମାନ ପ୍ରୟାସରେ ଅଛି
 
ସୁଶାନ୍ତଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି ତାଙ୍କ ପୋଷା କୁକୁର, କ୍ଲିକ କରି ଦେଖନ୍ତୁ ଭିଡିଓ କେମିତି ସେ ଖୋଜି ବୁଲୁଛି ସୁଶାନ୍ତଙ୍କୁ

ଯେତେବେଳେ ସୁଶାନ୍ତ ସିଂ ରାଜପୁତ ଦୁନିଆ ଛାଡି ଚାଲିଗଲେ ସେତେବେଳେ ସମଗ୍ର ଦେଶ ଉଦାସ ହୋଇଗଲା। ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି କଳାକାର ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଫାଶୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପରିବାର ସହିତ ତାଙ୍କ ପ୍ରଶଂସକଙ୍କ ମାନେ ମଧ୍ୟ ବିଶ୍ୱାସ କରି ପାରୁ ନାହାନ୍ତି ଯେ କାହିଁକି ସୁଶାନ୍ତ ଏପରି ପଦକ୍ଷେପ ନେଲେ। ଲୋକମାନେ ଏହି ଦୁଃଖରୁ ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏମିତି ହିଁ ସମାନ ପ୍ରୟାସରେ ଅଛି ତାଙ୍କର ପ୍ରିୟ ପୋଷା କୁକୁର Fudge। ସୁଶାନ୍ତଙ୍କ ଘରେ ରହୁଥିବା କୁକୁର Fudge ଏବେ ମଧ୍ୟ ନିଜ ମାଲିକଙ୍କ ଅପେକ୍ଷାରେ ରହିଛି। ତା ଦୁଃଖ ତାଙ୍କ ମୁହଁରେ ଦେଖାଯାଉଥିଲା, କୁହାଯାଏ କୁକୁର ମଣିଷର ଅତି ବିଶ୍ୱସ୍ତ ହୋଇଥାଏ। ସୁଶାନ୍ତଙ୍କ ମୃତ୍ୟୁ ପରେ ଘର ସାରା ଖୋଜି ବୁଲୁଛି ପୋଷା କୁକୁର Fudge।

ବିଗ୍ ବସ୍ 10 ର ମନଭୀର ଗୁରୁଜର ସୁଶାନ୍ତଙ୍କ କୁକୁର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସୁଶାନ୍ତ ତାଙ୍କ କଳା ଲାବ୍ରାଡୋରଙ୍କୁ ବହୁତ ଭଲ ପାଉଥିଲେ, ଏହା ଏକ ଫଟୋରେ ସ୍ପଷ୍ଟ ଦେଖାଯାଉଛି। ଦୁଇଟି ଫଟୋଗ୍ରାଫରେ Fudge ଏକାକୀ ଉଦାସୀନ ହୋଇ ବସିଥିବାର ଦେଖିବାକୁ ମିଳୁଛି।

ମନଭେର ଏହି ଫଟୋଗୁଡ଼ିକ ସହିତ କ୍ୟାପସନ୍ ଦେଇଛନ୍ତି ‘ବ୍ରୋ … ଆଉ କେହି ନ ବୁଝିଲେ ବି Fudge ଆଜି ବି ତମ ଭେଲ୍ୟୁ ଜାଣେ”। Fudge ର ଏହି ଫଟୋଗୁଡ଼ିକ ପ୍ରକୃତରେ ହୃଦୟ ବିଦାରକ। କହି ରଖୁଛୁ ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ସୁଶାନ୍ତଙ୍କ ପରିବାର କାର୍ଯ୍ୟକଳାପରେ ବ୍ୟସ୍ତ ଅଛନ୍ତି। ଆଜି ତାଙ୍କର ଅସ୍ତି ଗଙ୍ଗାରେ ଭସା ଯାଇଛି।

ଦୀର୍ଘ ଦିନ ଧରି ସୁଶାନ୍ତ ସିଂ ରାଜପୁତ ଡିପ୍ରେସନରେ ସହ ସଂଘର୍ଷ କରିଆସୁଥିଲେ। କୁହାଯାଉଛି ଯେ ସେ କାମକୁ ନେଇ ଚିନ୍ତିତ ଥିଲେ ଏବଂ ଇଣ୍ଡଷ୍ଟ୍ରିରୁ ତାଙ୍କର କିଛି ଅଭିଯୋଗ ଥିଲା। ପୋଲିସ ଏହାର କାରଣ ଖୋଜିବାକୁ ଚେଷ୍ଟା କରୁଛି ଏବଂ ଆଜି ମଧ୍ୟ ତାଙ୍କ ଘରୁ କିଛି ଡାଏରୀ ଉଦ୍ଧାର କରାଯାଇଛି। ସେଠାରେ ସୁଶାନ୍ତଙ୍କ ବନ୍ଧୁ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି।