ଏକ ସପ୍ତାହ ପୂର୍ବରୁ ସୁଶାନ୍ତ ଦେଇଦେଇଥିଲେ ମୃତ୍ୟୁର ସଙ୍କେତ, ନିଜ ମା’ଙ୍କୁ ନେଇ ଲେଖିଥିଲେ ଏମିତି କଥା

ବଲିଉଡର ଅନ୍ୟତମ ଉଦୀୟମାନ ତାରକା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି। ରବିବାର ଦିନ ତାଙ୍କ ମୃତଦେହ ଘରେ ଫ୍ୟାନରୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘରର ଚାକର ଏ ନେଇ ଫୋନ କରି ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ତେବେ କିଛି ମାସରୁ ଡିପ୍ରେସନରେ ଥିବା ଜଣାପଡିଛି। ଅଭିନେତା ସୋସିଆଲ ମିଡିଆରେ ସକ୍ରିୟ ଥିଲେ। ତାଙ୍କର ଶେଷ ପୋଷ୍ଟ ତାଙ୍କ ମାଆଙ୍କ ନାମରେ ଥିଲା। ଜୁନ୍ 3
 
ଏକ ସପ୍ତାହ ପୂର୍ବରୁ ସୁଶାନ୍ତ ଦେଇଦେଇଥିଲେ ମୃତ୍ୟୁର ସଙ୍କେତ, ନିଜ ମା’ଙ୍କୁ ନେଇ ଲେଖିଥିଲେ ଏମିତି କଥା

ବଲିଉଡର ଅନ୍ୟତମ ଉଦୀୟମାନ ତାରକା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି। ରବିବାର ଦିନ ତାଙ୍କ ମୃତଦେହ ଘରେ ଫ୍ୟାନରୁ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘରର ଚାକର ଏ ନେଇ ଫୋନ କରି ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ତେବେ କିଛି ମାସରୁ ଡିପ୍ରେସନରେ ଥିବା ଜଣାପଡିଛି। ଅଭିନେତା ସୋସିଆଲ ମିଡିଆରେ ସକ୍ରିୟ ଥିଲେ। ତାଙ୍କର ଶେଷ ପୋଷ୍ଟ ତାଙ୍କ ମାଆଙ୍କ ନାମରେ ଥିଲା।

ଏକ ସପ୍ତାହ ପୂର୍ବରୁ ସୁଶାନ୍ତ ଦେଇଦେଇଥିଲେ ମୃତ୍ୟୁର ସଙ୍କେତ, ନିଜ ମା’ଙ୍କୁ ନେଇ ଲେଖିଥିଲେ ଏମିତି କଥା

ଜୁନ୍ 3 ରେ, ସୁଶାନ୍ତ ତାଙ୍କ ଏବଂ ତାଙ୍କ ମାଙ୍କ ଫଟୋ ର ଏକ କଳା ଧଳା ଫଟୋ ସେୟାର କରିଥିଲେ। ସେ କ୍ୟାପସନରେ ଏକ ଯନ୍ତ୍ରଣା କବିତା ମଧ୍ୟ ଲେଖିଥିଲେ। ସୁଶାନ୍ତ ଏହି ପୋଷ୍ଟରେ ଲେଖିଛନ୍ତି, “ଅଶ୍ରୁଳ ଅତୀତର ଲୁହରୁ ବାଷ୍ପୀଭୂତ, ଅବିସ୍ମରଣୀୟ ସ୍ୱପ୍ନଗୁଡ଼ିକ ହସଖୁସିରେ ଖୋଦିତ, ଏବଂ ଏକ କ୍ଷଣସ୍ଥାୟୀ ଜୀବନ, ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା” କହି ରଖୁଛୁ ଯେ ସୁଶାନ୍ତଙ୍କ ମାଙ୍କର ବହୁ ପୂର୍ବରୁ ମୃତ୍ୟୁ ଘଟିଛି। ଯେତେବେଳେ ସୁଶାନ୍ତଙ୍କୁ 16 ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା। ସେ ତାଙ୍କ ମାଙ୍କର ଅତି ନିକଟତର ଥିଲେ। ସେ ସୋସିଆଲ ମିଡିଆରେ ମାଆଙ୍କ ପ୍ରତି ଅନେକ ଥର ପ୍ରେମ ବ୍ୟକ୍ତ କରିଛନ୍ତି।

ଏହାପୂର୍ବରୁ ସୁଶାନ୍ତ ସିଂ ତାଙ୍କ ମା’ଙ୍କ ସ୍ମୃତିରେ ନିଜ ଟ୍ୱିଟର ପ୍ରୋଫାଇଲରେ ଏକ ଲିଖିତ ଚିଠି ସେୟାର କରିଛନ୍ତି। ସେ ଚିଠିରେ ଲେଖିଛନ୍ତି, ‘ତୁମେ ପ୍ରତିଜ୍ଞା କରିଥିଲ ଯେ ତୁମେ ସବୁବେଳେ ମୋ ପାଖରେ ରହିବ ଏବଂ ମୁଁ ତୁମକୁ ପ୍ରତିଶୃତି ଦେଇଥିଲି ଯେ ମୁଁ ସବୁବେଳେ ହସିବି। ଲାଗୁଛି ଯେ ଆମେ ଦୁହେଁ ଭୁଲ୍ ଥିଲୁ, ମା”

କହି ରଖୁଛୁ ଯେ ସୁଶାନ୍ତ ବାନ୍ଦ୍ରାର ଘରେ ଏକାକୀ ରହୁଥିଲେ। ତାଙ୍କ ଆତ୍ମହତ୍ୟା ସମ୍ପର୍କରେ ପଡୋଶୀମାନଙ୍କଠାରୁ ପୋଲିସ ବିବୃତ୍ତି ନେଉଛି। ଏହା ମଧ୍ୟ ଜଣାପଡିଛି ଯେ ସୁଶାନ୍ତ ୬ ମାସ ଧରି ଡିପ୍ରେସନରେ ଥିଲେ। କିନ୍ତୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବେ ବୋଲି କେହି ଜାଣି ନଥିଲେ। ଖବର ପାଇ ତାଙ୍କ ସାଙ୍ଗମାନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ। ସେଠାରେ ସେ ସୁଶାନ୍ତଙ୍କୁ ଫ୍ୟାନ୍‌ରେ ଝୁୁଲୁଥିବାର ଦେଖିଥିଲେ। ଏ ସମ୍ପର୍କରେ ପୋଲିସକୁ ତୁରନ୍ତ ସୂଚନା ଦିଆଯାଇଥିଲା।

ଚଳଚ୍ଚିତ୍ର କ୍ୟାରିୟର ବିଷୟରେ କହିବାକୁ ଗଲେ, ଫିଲ୍ମ ପୂର୍ବରୁ ସେ ଟିଭି ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଥିଲେ। ‘କିସ ଦେଶ ମେ ହେ ମେରା ଦିଲ୍’ ଥିଲା ସୁଶାନ୍ତଙ୍କ ପ୍ରଥମ ସିରିଏଲ। କିନ୍ତୁ ସେ ପବିତ୍ର ସମ୍ପର୍କ ସିରିଏଲରୁ ବେଶ ଲୋକପ୍ରିୟ ହୋଇଥିଲେ। ଏହା ପରେ ସେ କେ ପୋ ଚେ, ଏମଏସ ଧୋନି, କେଦାରନାଥ, ଛିଛୋରେ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି।