ସୁଶାନ୍ତ ମାମଲା: କଲ୍ ରେକର୍ଡସ୍ରୁ ହେଲା ଖୁଲାସା, ଫୋନ୍ରେ ଗର୍ଲଫ୍ରେଣ୍ଡ୍ ରିୟାଙ୍କ ସହ କଣ କଥା ହୋଇଥିଲେ ସୁଶାନ୍ତ ?

ମୁମ୍ବାଇ: କଲ୍ ଡିଟେଲ ରେକର୍ଡସ୍ ରୁ ହେଲା ବଡ ଖୁଲାସା, ବର୍ତମାନ ଜଣା ପଡିଛି ମୃତ୍ୟୁ ର 9 ଦିନ ପୂର୍ବରୁ ସୁଶାନ୍ତ ନିଜ ପ୍ରେମିକା ରିୟା ଙ୍କ ସହ କଥା ହୋଇଥିଲେ।
CDRରୁ ମିଳିଥିବା ତଥ୍ୟ ଅନୁସାରେ, ଜୁନ୍ ୫ରେ ସୁଶାନ୍ତ ଓ ରିୟା୨ ଥର ଫୋନ୍ରେ କଥା ହୋଇଥିଲେ। ଏହି ବାର୍ତ୍ତାଳାପ ୨ ମିନିଟ୍ରୁ ମଧ୍ୟ କମ୍ ଥିଲା। ଜୁନ୍ ୫ ସକାଳ ୮ଟା ୧୯ରେ ସୁଶାନ୍ତ ରିୟାଙ୍କୁ କଲ୍ କରିଥିଲେ ଓ ୧୧୪ ସେକେଣ୍ଡ୍ କଥା ହୋଇଥିଲେ। ଏହାପରେ ରିୟା ସୁଶାନ୍ତଙ୍କୁ ଜୁନ୍ ୬ ସକାଳ ୯ଟା ୫୯ରେ କଲ୍ କରି ୩ ସେକେଣ୍ଡ୍ରୁ କମ୍ ସମୟ ଯାଏ କଥା ହୋଇଥିଲେ।
ମାତ୍ର ପ୍ରଶ୍ନ ଉଠୁଛି ଜୁନ୍ ୧ରୁ-୪ଭିତରେ ସୁଶାନ୍ତ ରିୟାଙ୍କୁ କୌଣସି ଫୋନ୍ କରିନଥିଲେ କାହିଁକି ? ଏହାପୂର୍ବରୁ ମେ’ରେ ସୁଶାନ୍ତ ଓ ରିୟା ଫୋନ୍ରେ ୧୯ ଥର କଥା ହୋଇଥିଲେ। ତେବେ କଲ୍ ରେ କଣ କଥା ହୋଇଥିଲେ ତାହା ଏପର୍ଯ୍ୟନ୍ତ ଗୁପ୍ତ ରଖା ଯାଇଛି ।
କଲ୍ ଡିଟେଲ ରେକର୍ଡସ୍ରୁ ଆହୁରି ମଧ୍ୟ ଜଣାପଡ଼ିଛି, ରିୟା ସୁଶାନ୍ତଙ୍କ ଏକ୍ସ-ମ୍ୟାନେଜର୍ ଶ୍ରୁତି ମୋଦିଙ୍କୁ ୫୬୯ଥର ଫୋନ୍ କରିଥିଲେ। ଆଉ ଶ୍ରୁତି ରିୟାଙ୍କୁ ୨୨୨ଥର କଲ୍ କରିଥିଲେ। ରିୟା, ଖାଲି ଶ୍ରୁତିଙ୍କ ସହ ସବୁବେଳେ ଯୋଗାଯୋଗରେ ନ ଥିଲେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡାଙ୍କ ସହ ମଧ୍ୟ ସେ ଯୋଗାଯୋଗରେ ଥିଲେ।
ଏହା ପରେ ରିୟା ଙ୍କ କଲ୍ ଡିଟେଲ ରୁ ଜଣା ପଡିଲା ଏହି ବର୍ଷ ଜାନୁଆରୀ ରୁ ଫେବୃଆରୀ 3 ତାରିଖ ମଧ୍ୟରେ ରିୟା, ମହେଶ ଭଟ୍ଟଙ୍କୁ ୯ ଥର କଲ୍ କରିଥିଲେ ଏବଂ ମହେଶ ଭଟ୍ଟ ମଧ୍ୟ ରିୟାଙ୍କୁ ୭ଥର କଲ୍ କରିଥିଲେ। ଏହି ସବୁ ତଥ୍ୟ ରୁ ଜଣା ପଡୁଛି ନିଶ୍ଚିତ ଭାବରେ ସତ କଣ ଶୀଘ୍ର ଜଣା ପଡିବ ।