ଦିନେ ବିରାଟ ଏବଂ ଶିଖରଙ୍କ ସହ ଖେଳିଥିଲେ କ୍ରିକେଟ, ଏହି କାରଣରୁ ହୋଇଗଲେ ଅଭିନେତା, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

 
karan

ବେଳେବେଳେ ଆମେ ନିଜର ଭବିଷ୍ୟତକୁ ନେଇ ଯାହା ଭାବୁଥାଉ ସବୁବେଳେ ତାହା ହୁଏ ନାହିଁ ଏବଂ ଆମ୍ଭର ଭାଗ୍ୟ ଆମକୁ ଦ୍ୱିତୀୟ ଦିଗକୁ ନେଇଯାଏ। ଠିକ ଏହିପରି କିଛି ଘଟିଥିଲା ଲୋକପ୍ରିୟ ଅଭିନେତା କରଣ ୱାହିଙ୍କ ସହ, ଟେଲିଭିଜନ ଶୋ 'ରିମିକ୍ସ' ସହିତ ଅନ୍-ସ୍କ୍ରିନ୍ ଡେବ୍ୟୁ କରିବା ପୂର୍ବରୁ ଏହି ଅଭିନେତା ଦିନେ ଜଣେ କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିଲେ।

ୱାହିଙ୍କ କ୍ରିକେଟ୍ କ୍ୟାରିଅର୍ ସେତେବଳେ ଆରମ୍ଭ ହୋଇଥିଲା ଯେତେବେଳେ ସେ ସ୍କୁଲ୍ ସମୟରେ ସେଣ୍ଟ୍ ମାର୍କର ସିନିୟର ସେକେଣ୍ଡାରୀ ପବ୍ଲିକ୍ ସ୍କୁଲ୍ ତରଫରୁ ପ୍ରତିନିଧିତ୍ୱ କରିବା ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତ ତାଙ୍କୁ ପରେ ଏକ ଦୁର୍ଘଟଣାରେ ବଡ ଆଘାତ ଲାଗିଥିଲା ଯାହା ୱାହିଙ୍କର ଷ୍ଟାର କ୍ରିକେଟର ହେବାର ସ୍ୱପ୍ନକୁ ଭାଙ୍ଗି ଦେଇଥିଲା।  ଏଥିରେ ହତାଶ ହୋଇ ୱାହି ତାଙ୍କ ପିତାଙ୍କ ବ୍ୟବସାୟ ସମ୍ଭାଳିବା ପାଇଁ ମାର୍କେଟିଂ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। କିନ୍ତୁ, ଭାଗ୍ୟ ତାଙ୍କ ପାଇଁ ଆଉ କିଛି ସ୍ଥିର କରିଥିଲା ଏବଂ ପରେ ସେ ଜଣେ ସଫଳ ଅଭିନେତା ହୋଇପାରିଥିଲେ।

ଜଣେ ସଫଳ ଅଭିନେତା ହେବା ପୂର୍ବରୁ ଖୁବ୍ କମ୍ ଲୋକ ୱାହିଙ୍କର ଏହି କାହାଣୀ ବିଷୟରେ ଅବଗତ ଥିଲେ। ୱାହି ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ କ୍ରିକେଟର ଶିଖର ଧାୱନଙ୍କ ଜଣେ ଭଲ ବନ୍ଧୁ ଅଟନ୍ତି।  କୋହଲି ଓ ୱାହି ଉଭୟ ଅଣ୍ଡର-୧୯ କ୍ରିକେଟ୍ ଦଳ ପାଇଁ ମନୋନୀତ ହୋଇଥିଲେ ସେତବେଳ ଠାରୁ ଉଭୟେ ଭଲ ସାଙ୍ଗ ଅଟନ୍ତି। ଆଜି ପର୍ଯ୍ୟନ୍ତ ଉଭୟଙ୍କର ବହୁତ ଭଲ ବନ୍ଧନ ରହିଛି, କିନ୍ତୁ ଉଭୟଙ୍କୁ ପୂର୍ବ ପରି ପାର୍ଟି କରୁଥିବାର ଦେଖିବାକୁ ମିଳିନଥାଏ।

ଏଥି ସହିତ, ଶିଖର ଧାୱନଙ୍କ ସହ ୱାହିଙ୍କ ସମ୍ପର୍କ ମଧ୍ୟ ବେସ୍ ନିବିଡ଼, ଦୁହେଁ ଏକାଠି ସ୍କୁଲରେ ପାଠ ପଢୁଥିଲେ ଏବଂ ପିଲାଦିନେ ଏକାଠି ଖେଳୁଥିଲେ, କିନ୍ତୁ ପରେ ୱାହି ଜଣେ ଅଭିନେତା ହୋଇଥିଲେ ଏବଂ ଶିଖର ଜଣେ ସଫଳ କ୍ରିକେଟର ଭାବରେ ସଫଳତା ଅର୍ଜନ କରିଥିଲେ।