ଦେଖନ୍ତୁ ଭିଡ଼ିଓ: ଟେବୁଲ ସଫା କରିବାରେ ବ୍ୟସ୍ତ ଥିଲେ ଏହି ବ୍ୟକ୍ତି। ହଠାତ୍, କାମୁଡ଼ିବାକୁ ମାଡ଼ି ଆସିଲା ବିଶାଳ ସାପ, ଆଉ ତା ପରେ….

 
Snake attack

ଥାଇଲ୍ୟାଣ୍ଡର ଏକ ଭିଡିଓ ଫୁଟେଜ୍ ସାମ୍ନାକୁ ଆସିଛି ଯେଉଁଥିରେ ଏକ ସାପ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ମାତ୍ର କେଇ ସେକେଣ୍ଡର ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି। ତେବେ, ଭିଡ଼ିଓରେ ଏକ ବିଶାଳ ସାପ ଉକ୍ତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ ହେଁ ସେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓରେ ପ୍ରଥମେ ଏକ ଘରର ପ୍ରାଙ୍ଗଣକୁ ଦେଖିବାକୁ ମିଳୁଛି। ଯେଉଁଠାରେ ଏକ ଡାଇନିଂ ଟେବୁଲ୍ ଏବଂ ଦୁଇଟି ଚେୟାର ରଖାଯାଇଛି। ପ୍ରାଙ୍ଗଣ ନିକଟରେ ଏକ ଛୋଟ ଲନ୍ ମଧ୍ୟ ରହିଅଛି। ଭିଡିଓ ଆରମ୍ଭ ହେବାର କିଛି ସେକେଣ୍ଡ ମଧ୍ୟରେ, ନାଲି ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ପ୍ରାଙ୍ଗଣରେ ପ୍ରବେଶ କରି ଟେବୁଲ୍ ସେଟ୍ କରିବା ଆରମ୍ଭ କରିଥିଲେ। କିନ୍ତୁ, ଘର ଭିତରୁ ହଠାତ ଏକ ବିଶାଳ ସାପ ତାଙ୍କୁ କାମୁଡିବାକୁ ଉଦ୍ୟତ ହୋଇଥିଲା। ଭାଗ୍ୟବଶତଃ ବ୍ୟକ୍ତି ଜଣକ ସେଠାରୁ ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିଲେ।

ଦେଖନ୍ତୁ ଭିଡ଼ିଓ:

ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଶହ ଶହ ଲୋକେ ଏଥିରେ ନିଜର ମତାମତ ଦେଉଛନ୍ତି। ସାପଟି ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିଲା ବୋଲି କେତେକ ଲୋକେ କହୁଥିବା ବେଳେ ଆଉ କେତେଜଣ ଏହାକୁ ସାପର ପ୍ରତିଶୋଧର ଆଖ୍ୟା ଦେଉଛନ୍ତି।