ନିଜ ଛୁଆକୁ ବଞ୍ଚାଇବା ପାଇଁ ବିଶାଳ ସାପ ସହ ଲଢେଇ କଲା ମା ମୂଷା, କ୍ଲିକ୍ କରି ଦେଖନ୍ତୁ ପୂରା ଭିଡିଓ

ମା’ର ପ୍ରେମର ଅସଂଖ୍ୟ କାହାଣୀ ସମଗ୍ର ବିଶ୍ୱରେ ପ୍ରସିଦ୍ଧ, ସେ ମନୁଷ୍ୟ ମା ହେଉ କିମ୍ବା ପଶୁ। କେବଳ ଜଣେ ମା ନିଜ ପିଲାମାନଙ୍କୁ ନିଃସ୍ୱାର୍ଥପର ଭାବରେ ସେବା କରିଥାଏ, ସେମାନଙ୍କ ପାଇଁ ତ୍ୟାଗ ଓ ବଳିଦାନ ଦିଏ। ଏକ ଭାବପ୍ରବଣ ଭିଡିଓ ଯାହା ମା ର ମହାନତା ଏବଂ ମାର ମମତା ପ୍ରକାଶ କରୁଥିବା ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି, ଯେଉଁଥିରେ ଏକ ମା ମୂଷା ନିଜ ଛୁଆ ମୂଷାର ଜୀବନ
 
ନିଜ ଛୁଆକୁ ବଞ୍ଚାଇବା ପାଇଁ ବିଶାଳ ସାପ ସହ ଲଢେଇ କଲା ମା ମୂଷା, କ୍ଲିକ୍ କରି ଦେଖନ୍ତୁ ପୂରା ଭିଡିଓ

ମା’ର ପ୍ରେମର ଅସଂଖ୍ୟ କାହାଣୀ ସମଗ୍ର ବିଶ୍ୱରେ ପ୍ରସିଦ୍ଧ, ସେ ମନୁଷ୍ୟ ମା ହେଉ କିମ୍ବା ପଶୁ। କେବଳ ଜଣେ ମା ନିଜ ପିଲାମାନଙ୍କୁ ନିଃସ୍ୱାର୍ଥପର ଭାବରେ ସେବା କରିଥାଏ, ସେମାନଙ୍କ ପାଇଁ ତ୍ୟାଗ ଓ ବଳିଦାନ ଦିଏ। ଏକ ଭାବପ୍ରବଣ ଭିଡିଓ ଯାହା ମା ର ମହାନତା ଏବଂ ମାର ମମତା ପ୍ରକାଶ କରୁଥିବା ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି, ଯେଉଁଥିରେ ଏକ ମା ମୂଷା ନିଜ ଛୁଆ ମୂଷାର ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜିରେ ଲଗେଇ ବିଷଧର ସାପ ସହ ଲଢେଇ କରୁଛି। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ଲଢେଇରେ ଶେଷରେ ସାପକୁ ମା’ର ମମତା ଆଗରେ ହାର୍ ମାନିବାକୁ ପଡ଼ିଛି ଏବଂ ସେ ପଳାୟନ କରିବାକୁ ବାଧ୍ୟ ହୋଇଛି।

ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ପୁଣି ଥରେ ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ସେୟାର କରି ସାପ ଏବଂ ମା ମୂଷା ମଧ୍ୟରେ ହୋଇଥିବା ସଂଘର୍ଷକୁ ଦର୍ଶାଇଛନ୍ତି। ସେ ଏକ ମଜାଦାର କ୍ୟାପସନ୍ ସହିତ ଏହି ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ସାପ ଆଉ କେବେ ଦେଖାଯିବ ନାହିଁ। ମୂଷା ଏହାକୁ ପଳେଇଯିବାକୁ ବାଧ୍ୟ କରିଛି। ଜଣେ ମା ନିଜ ପିଲା ପାଇଁ କିଛିବି କରିପାରେ। ମାତୃତ୍ୱ ହେଉଛି ପୃଥିବୀର ସବୁଠାରୁ ବଡ ଅସ୍ତ୍ର।

ନିଜ ଛୁଆକୁ ବଞ୍ଚାଇବା ପାଇଁ ବିଶାଳ ସାପ ସହ ଲଢେଇ କଲା ମା ମୂଷା, କ୍ଲିକ୍ କରି ଦେଖନ୍ତୁ ପୂରା ଭିଡିଓ

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ରାସ୍ତାରେ ଏକ ସାପ ମୂଷା ଛୁଆକୁ ପାଟିରେ ଧରି ଦ୍ରୁତ ଗତିରେ ପଳଉଛି, କିନ୍ତୁ ମୂଷାର ମା ସାପ ପଛରେ ଦୌଡିଯାଇ ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ମୁହାଁମୁହିଁ ହେଉଛି। ମା ମୂଷାଟି ସାପର ଲାଞ୍ଜକୁ ଧରିଦିଏ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ଭୟଙ୍କର ଯୁଦ୍ଧରେ ସାପ ମୂଷା ଛୁଆକୁ ଛାଡି ନିଜ ଜୀବନ ରକ୍ଷା କରିବା ପାଇଁ ପଳାଇବାକୁ ଲାଗେ। ମା ମୂଷା ଦୀର୍ଘ ସମୟ ଧରି ସାପକୁ ଗୋଡ଼ାଇ ଗୋଡାଇ ବିଦା କରିଦିଏ।