ସୀମା ଲଘିଂ ବିବାଦରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ଲୋକେ କରୁଛନ୍ତି ନିନ୍ଦା, ଜାଣନ୍ତୁ କଣ କରିଛନ୍ତି ସେ

 
Aseema Panda

ଓଡ଼ିଶାର ଜଣାଶୁଣା ଫିମେଲ୍ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଫସି ଯାଇଛନ୍ତି ବିବାଦରେ। ଭଜନକୁ ଅସମ୍ମାନ କରିବା ତାଙ୍କୁ ପଡିଛି ମହଙ୍ଗା। ଅଭିଯୋଗ ଅନୁଯାୟୀ, ଗତ ୧୪ ତାରିଖରେ ପାଣିକୋଇଲି ମେଲଣ ପଡ଼ିଆରେ ଏକ ମେଲୋଡ଼ି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଦର୍ଶକଙ୍କୁ ଉତ୍ସାହିତ କରିବାକୁ ଯାଇ ମଞ୍ଚରେ ସେ ଏଭଳି କିଛି କଥା କହିଥିଲେ, ଯାହା ତାଙ୍କୁ ବିବାଦ ଘେରକୁ ଟାଣି ନେଇଛି ।

Aseema Panda

ଅସିମା କହିଥିଲେ- '“ତାଳି ନମାରିଲେ ସେ ଭଜନ ଓ ପୁରୁଣା ଗୀତ ଗାଇବେ । ତାଙ୍କ ପାଖରେ ଭଜନ ପୁରା ଷ୍ଟକ୍ ରହିଛି । ଏମିତି ରେସ୍‌ପନ୍ସରେ... ସେ ଏମିତି ଗୀତ ଗାଇବେ... ଭାଇ ତୁମେ ମାନେ ରାତି ଅନିଦ୍ରା, ଆମେ ବି ରାତି ଅନିଦ୍ରା... ତୁମ ମାନଙ୍କ ମୁହଁ ଏମିତି ଶୁଖିକି ରହିଲେ, ଆମେ ବି ଶୁଖିଲା ଗୀତ ଗାଇବୁ...”

Aseema Panda

ତେବେ ଅସୀମାଙ୍କର ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ଭଜନପ୍ରେମୀ। ଲୋକେ କହିଛନ୍ତି ଅସୀମାଙ୍କ କ୍ୟାରିୟର ଭଜନରୁ ଆରମ୍ଭ ହୋଇଛି, ସେହି ଭଜନକୁ ନୀଚ ଦେଖାଇବା ତାଙ୍କ ପ୍ରତି ଠିକ୍ ହୋଇନାହିଁ। ସେପଟେ ଓଲିଉଡର କିଛି କଣ୍ଠଶିଳ୍ପୀ ଏବଂ ସିନେ ସମୀକ୍ଷକ ଅସୀମାଙ୍କ ଏଭଳି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।