ଅଲଗା ହେବେ ଶିଳ୍ପା ସେଠୀ ଓ ରାଜ୍ କୁନ୍ଦ୍ରା! ରାଜଙ୍କ ପୋଷ୍ଟ ଦେଖି ଚକିତ ହେଲେ ଫ୍ୟାନ, ଜାଣନ୍ତୁ କାହିଁକି
କଣ ସତରେ ଅଲଗା ହେବାକୁ ଯାଉଛନ୍ତି ଶିଳ୍ପା ଓ ରାଜ। ରାଜ୍ ଙ୍କ ଟୁଇଟ ପରେ ଫ୍ୟାନ ମାନଙ୍କର ଚର୍ଚ୍ଚାର ବିଷୟ ପାଲଟିଛି ପୋଷ୍ଟ୍ ଟି। ଶିଳ୍ପା ସେଟ୍ଟିଙ୍କ ସ୍ଵାମୀ ରାଜ୍ କୁନ୍ଦ୍ରା ତାଙ୍କର ଏକ ଡେବ୍ୟୁ ଚଳଚ୍ଚିତ୍ର ୟୁପି ୬୯ ଘୋଷଣା କରିଛନ୍ତି।
ଏହି ଫିଲ୍ମ ଜରିଆରେ ସେ ପ୍ରଥମ ଥର ପାଇଁ ଫିଲ୍ମ ଜଗତରେ ପାଦ ଥାପି ଏଣ୍ଟ୍ରି ମାରିବା ପାଇଁ ଯାଉଛନ୍ତି। ଏହି ଫିଲ୍ମ ପ୍ରମୋସନ୍ ଚାଲିଥିବା ସମୟରେ ଏକ ପୋଷ୍ଟ ସେୟାର କରିଛନ୍ତି ରାଜ୍। ଯାହା ଏବେ ଦର୍ଶକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ କୁନ୍ଦ୍ରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ଟୁଇଟ ସ୍କ୍ରିନ୍ ସଟ୍ ସେୟାର କରିଛନ୍ତି ।
ଯେଉଁଥିରେ ସେ ଲେଖିଛନ୍ତି ଆମେ ଅଲଗା ହୋଇ ଯାଇଛୁ। ନିବେଦନ କରୁଛୁ ଏହି କଠିନ ପରିସ୍ଥିତିରେ ଆମକୁ ସମୟ ଦିଅନ୍ତୁ। କାହିଁକି ଏବଂ କେଉଁ ପରିପେକ୍ଷିରେ ରାଜ୍ ଏଭଳି ପୋଷ୍ଟ କରିଛନ୍ତି ତାହା ଏବେ ଜଣା ପଡ଼ି ନାହିଁ।
କିଛି ଫ୍ୟାନ ଏହାକୁ ପତି ପତ୍ନୀଙ୍କ ବିଚ୍ଛେଦ ବୋଲି ଅନୁମାନ କରୁଛନ୍ତି। କିନ୍ତୁ ଏ ନେଇ ଶିଳ୍ପା ସେଟ୍ଟି ଙ୍କର କୌଣସି ପ୍ରତିକ୍ରିୟା ମିଳି ନାହିଁ।
ତେବେ ଫ୍ୟାନ ମାନଙ୍କ ସନ୍ଦେହ କେତେ ଦୂର ସତ ଓ ଏହାର ଏପରି ଟୁଇଟ କରିବା ପଛର ରହସ୍ୟ କଣ ରହିଛି ଏହାର ଉତ୍ତର କେବଳ ରାଜ୍ ଙ୍କ ଠାରୁ ହିଁ ମିଳି ପାରିବ।