ଦେଖନ୍ତୁ ଭିଡ଼ିଓ: ଗ୍ୟାସ୍ ସିଲିଣ୍ଡର୍ ଧରି ବ୍ୟାୟାମ କରିଲେ 'ଲେଡ଼ି ବହୁବଳୀ'!! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ….

 
Cylinder workout

ବର୍ତ୍ତମାନ ସମୟ ବଦଳିଛି ସେ ପୁରୁଷ କିମ୍ବା ମହିଳା ଯେ କେହିବି ହୁଅନ୍ତୁ ନା କାହିଁକି ସମସ୍ତେ ଫିଟ୍ ରହିବା ପାଇଁ ପ୍ରୟାସ କରୁଛନ୍ତି। ଏଭଳି ପରିସ୍ଥିତିରେ ଜିମ୍ ଗୁଡିକ ଲୋକମାନଙ୍କର କସରତ କରିବା ପାଇଁ ପ୍ରଥମ ପସନ୍ଦର ଜାଗା ପାଲଟିଛି। କିନ୍ତୁ ଏବେ କରୋନା ପାଇଁ ବିଭିନ୍ନ ଜାଗାରେ ଲକଡାଉନ ଲାଗୁ ହୋଇଥିବା ବେଳେ ଜିମ୍ ଗୁଡ଼ିକରେ ମଧ୍ୟ ତାଲା ପଡିଛି। ଏଭଳି ପରିସ୍ଥିତିରେ ଲୋକମାନେ ହୋମ୍ ୱାର୍କଆଉଟ୍ ର ସାହାଯ୍ୟ ନେଉଛନ୍ତି।

ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଅନେକ ଲୋକେ ହୋମ୍ ୱାର୍କଆଉଟ୍ କରି ନିଜର ଭିଡ଼ିଓ ପୋଷ୍ଟ କରିଥାନ୍ତି। ସେହିପରି ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୁରୁଷ ନୁହେଁ ବରଂ ଜଣେ ମହିଳା ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି।     ଲୋକମାନେ ଏହି ମହିଳାଙ୍କୁ 'ଲେଡି ବାହୁବଲୀ' ବୋଲି ମଧ୍ୟ କହୁଛନ୍ତି।

ଭିଡ଼ିଓରେ ଏହି ମହିଳା ଜଣକ ଏକ ଭାରୀ ଗ୍ୟାସ୍ ସିଲିଣ୍ଡର ଉଠାଇ ବିଭିନ୍ନ ପ୍ରକାର ବ୍ୟାୟାମ କରୁଥିବାର ଦେଖିବାକୁ ମିଳୁଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ତାଙ୍କର ଏପରି କରିବାରେ କୌଣସି ଅସୁବିଧା ହେଉନାହିଁ ବରଂ ଏହି ଭିଡ଼ିଓ ଦ୍ୱାରା ସେ ଅନେକଙ୍କୁ ପ୍ରେରିତ କରିବା ସହିତ ଘରେ ବ୍ୟାୟାମ କରିବାର ଟିପ୍ସ ଦେଉଛନ୍ତି।ଏହି ଭିଡିଓଟିକୁ (shaili chikara) ନାମକ ଜଣେ ଯୁବତୀ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।