ସାମ୍ନାକୁ ଆସିଲା ସତ, ଟାର୍ଗେଟରେ ଥିଲେ ଶାହାରୁଖ ହେଲେ ସୈଫଙ୍କୁ ଛୁରୀ ମାରିଲା, ଜାଣନ୍ତୁ ପୁରା ଖବର
ଗତ ୧୫ତାରିଖ ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ୍ ଅଲୀ ଖାନଙ୍କ ମୁମ୍ବାଇ ସ୍ଥିତ ଘରେ ପଶି ସୈଫ୍ଙ୍କୁ ଛୁରୀରେ ଆକ୍ରମଣ କରିଥିଲା ଦୁର୍ବୁତ୍ତ । ଏହି ଆକ୍ରମଣରେ ଅଭିନେତା ସୈଫ୍ ଅଲୀ ଖାନ ଗୁରୁତର ଆହତ ହୋଇଥିଲେ। ତେବେ ଅଭିଯୁକ୍ତ ସୈଫଙ୍କୁ ଆକ୍ରମଣ ପୂର୍ବରୁ ଶାହାରୁଖକୁ ଆକ୍ରମଣ କରିବା ପାଇଁ କରିଥିଲା ପ୍ଲାନ୍।
ଟାର୍ଗେଟରେ ଥିଲା ଶାହାରୁଖ ସୈଫଙ୍କୁ ଆକ୍ରମଣର ଦୁଇଦିନ ପୂର୍ବରୁ ଅର୍ଥାତ୍ ୧୪ ତାରିଖରେ ଶାହାରୁଖଙ୍କ ଘରକୁ ପଶିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ। ଘରେ ପଶିବା ପାଇଁ ସବୁ ପ୍ଲାନ୍ କରିଥିଲା। ଏଭଳି ଖବର ପୋଲିସ ଜାଣିବା ପରେ ପୁରା ଆଶ୍ଚର୍ଯ୍ୟ ହେଇଯାଇଛି। ତେବେ ଚଳିତ ମାସ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଶାହାରୁଖଙ୍କ ଘର ମନ୍ନତରେ ପଶିବାକୁ ଅଭିଯୁକ୍ତ କରିଥିଲା ଉଦ୍ୟମ।
ପୁରା ପ୍ଲାନ୍ ପ୍ରସ୍ତୁତ ଥିଲା ମନ୍ନତର ପଛପଟ କାନ୍ଥ ଡେଇଁବା ପାଇଁ ଅଭିଯୁକ୍ତ କରିଥିଲା ୮ ଫୁଟର ସିଡି। କାନ୍ଧରେ କାନ୍ଧେଇ ଏହି ସିଡିକୁ କାନ୍ଥ ପାଖକୁ ଆଣିଥିଲା। ହେଲେ କାନ୍ଥ ବହୁତ୍ ଉଁଚା ଥିବାରୁ ଚଢ଼ି ପାରୁନଥିଲା ଏହି ଅଭିଯୁକ୍ତ। ତେବେ ଅଭିଯୁକ୍ତ ଜଣଙ୍କ ଗିରଫ ହେବା ପରେ କହିଛି ଯେ, ମନ୍ନତରେ ଚଢ଼ି ନପାରି ବହୁତ୍ ରାଗି ଯାଇଥିଲା ସେଇଥିରେ ପରିସ୍ରା କରି ଫେରି ଆସିଥିଲା।
ଆଉ ଏହାପରେ ସୈଫଙ୍କ ଘରେ ପଶିବାକୁ କରିଥିଲା ପ୍ଲାନ୍। ସେପଟେ ଅଭିଯୁକ୍ତଙ୍କ ଟାର୍ଗେଟରେ ଆଉ କେଉଁ ଅଭିନେତା ରହିଛନ୍ତି ତାହା ଜେରା କରିବା ପରେ ଜଣା ପଡ଼ିବ। ତେବେ ସୈଫଙ୍କୁ ଆକ୍ରମଣ ପରେ ଏବେ ବଢ଼ି ଯାଇଛି ସେଲିବ୍ରେଟିଙ୍କ ଚିନ୍ତା। ପ୍ରଥମେ ସଲମାନଙ୍କୁ ଆକ୍ରମଣ ପରେ ଏବେ ସୈଫଙ୍କୁ ଆକ୍ରମଣ।
ଅଭିଯୁକ୍ତ ଶହଜାଦ ପଚରାଉଚରା ସମୟରେ ପୋଲିସକୁ କହିଛି ଯେ ସେ ଜାଣି ନଥିଲା ଯେ ସେ ସୈଫ ଅଲ୍ଲୀ ଖାନଙ୍କ ଘରେ ପ୍ରବେଶ କରୁଛି। ଅଭିଯୁକ୍ତ କହିଛି ଯେ ତାଙ୍କର ଉଦ୍ଦେଶ୍ୟ କେବଳ ଚୋରି କରିବା ଏବଂ ସେଥିପାଇଁ ସେ ଘରେ ପ୍ରବେଶ କରିଥିଲା। ହଠାତ୍ ସୈଫ ଅଲ୍ଲୀ ଖାନ ତାଙ୍କ ସାମ୍ନାକୁ ଆସିଗଲେ । ଯେଉଁଥିପାଇଁ ସେ ଅଭିନେତାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କଲେ। ଯାହା ଫଳରେ ସେ ଆହତ ହୋଇଥିଲେ।