ପ୍ରକୃତି ମିଶ୍ରଙ୍କୁ ନେଇ ଏମିତି କଣ କହିଦେଲେ ଶାଶ୍ୱତୀ ମିଶ୍ର ? ଖୋଲି କି ରଖିଦେଲେ ସବୁ ସତ, ଦେଖନ୍ତୁ ଭାଇରଲ ଭିଡ଼ିଓ

 
Prakruti vs saswati

ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ କହିବୋଲୁଥିବା ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ପ୍ରକୃତରେ ଦେଖିବାକୁ ଗଲେ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ସମାଲୋଚନାର ଶିକାର ହେଉଛନ୍ତି। ଆଜ୍ଞା ହଁ, ପୂର୍ବରୁ ବାବୁସାନଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ବେସ୍ କିଛି ଝଡ଼ ଉଠିଥିବା ବେଳେ ଏବେ ପ୍ରତିଷ୍ଠିତ ପ୍ରଯୋଜକ ଟୁଟୁ ନାୟକଙ୍କ ନାମରେ ଅଭିଯୋଗ ଆଣି ଅଧିକ ସମାଲୋଚିତ ହେଉଛନ୍ତି। 

Prakruti mishra

ଘବର ମୁତାବକ ପ୍ରକୃତି ମିଶ୍ର, ପୁପୁନ ଏବଂ ଜସ୍ମୀନ ରଥ ଏହି ତିନି ଅଭିନେତ୍ରୀ ପରସ୍ପର ମଧ୍ୟରେ ଚାଟିଂ କରୁଥିବା ବେଳେ ଏକ ହ୍ଵାଟ୍ସଆପ୍ ସ୍କ୍ରିନସଟ୍ ଭାଇରାଲ ହୋଇଥିଲା। ଯେଉଁଥିରେ ଟୁଟୁ ନାୟକ ବିଳମ୍ବିତ ରାତିରେ ନିଜ ପାଖକୁ ଡ଼ାକୁଥିବା ନେଇ ଜସ୍ମୀନ କହିଛନ୍ତି। ଏହି କଥାକୁ ନେଇ ଟୁଟୁ ନାୟକଙ୍କ ନାମରେ ଗଣମାଧ୍ୟମ ଆଗକୁ ଆସିଥିଲେ ପ୍ରକୃତି ମିଶ୍ର। 

Tutu nayak prakruti

କିନ୍ତୁ, ତାଙ୍କର ଏହି ଅଭିଯୋଗରେ ପ୍ରାୟତଃ କେହି ବିଶ୍ୱାସ କରୁନାହାନ୍ତି। ଏହାରି ଭିତରେ ଟୁଟୁ ନାୟକଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ ଶାଶ୍ୱତୀ ମିଶ୍ର। ତାଙ୍କ କହିବା ଅନୁଯାଇ ବାବୁସାନଙ୍କ ସହିତ ହୋଇଥିବା ଘଟଣା ପରଠାରୁ ପ୍ରକୃତି ମିଶ୍ର କେଉଁ ଧରଣର ଝିଅ ତାହା ସମସ୍ତେ ଜାଣି ସାରିଲେଣି। ଟୁଟୁ ନାୟକଙ୍କ ଉପରେ ତାଙ୍କର ପୁରୁଣା ରାଗ ରହିଥିଲା ଏବଂ ଏବେ ସେ ଏହାର ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥିବା ଶାଶ୍ୱତୀ କହିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରକୃତି ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି। ତାଙ୍କୁ ବମ୍ବେରେ କୌଣସି କାମ ମିଳୁନାହିଁ। ତେଣୁ, ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଏଭଳି ବିବାଦ ସୃଷ୍ଟି କରୁଛନ୍ତି। ଯେଉଁ ପ୍ରଯୋଜକ ନିଜ ଯୁବା ଅବସ୍ଥାରେ କାଷ୍ଟିଂ କାଉଚ୍ ଭଳି କାମ କରିନାହାଁନ୍ତି। ଏବେ ପରିଣତ ବୟସରେ ସେ ଏଭଳି ହିଁ କାମ କାହିଁକି କରିବେ ବୋଲି ଶାଶ୍ୱତୀ ଟୁଟୁ ନାୟକଙ୍କ ସମର୍ଥନରେ କହିଛନ୍ତି।