ଦେଖନ୍ତୁ ଭିଡ଼ିଓ: ଚକୁଳି ପିଠାରେ କେତୋଟି କଣା? ବିବାଦୀୟ ପ୍ରଶ୍ନର ଉତ୍ତରରକୁ ନେଇ ମୁହଁ ଖୋଲିଲେ ଜ୍ୟୋତି, କହିଲେ ଏମିତି କଥା

 
Sambit

ରାଜ୍ୟର ଏକ ଜଣାଶୁଣା ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିଲା ରିଆଲିଟି ସୋ 'ରଜ ସୁନ୍ଦରୀ'। ଗୀତ, ନାଚ, ଆକ୍ଟିଂ ସହିତ ରଜ ପର୍ବ ଉପରେ ଆଧାରିତ ଏହି ରିଆଲିଟି ସୋ ବେସ୍ ଚର୍ଚ୍ଚାକୁ ଆସିଥିଲା। କେବଳ ସେତିକି ନୁହେଁ ବରଂ ଏହାର କେତେକ ଏପିସୋଡ୍ ବିବାଦ ଘେରକୁ ମଧ୍ୟ ଆସିଥିଲା। ଏପରିକି ଏଥିରେ ବିଚାରପତି ଭୂମିକାରେ ଥିବା କିଛି ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଟ୍ରୋଲ୍ କରାଯାଇଥିଲା।

Jyoti

'ଚକୁଳି ପିଠାରେ କେତେଟା କଣା?' ଜଣେ ପ୍ରତିଯୋଗୀଙ୍କୁ ଏଭଳି ଏକ ପ୍ରଶ୍ନ ପଚାରି ବେସ୍ ବିବାଦ ଘେରକୁ ଆସିଯାଇଥିଲେ ଅଭିନେତା ଜ୍ୟୋତି। ତେବେ, ଏହି ଘଟଣାକୁ ୩ ବର୍ଷ ବିତି ଯାଇଥିବା ବେଳେ ଏବେ ଏଥିନେଇ ସେ ମୁହଁ ଖୋଲିଛନ୍ତି ଜ୍ୟୋତି। ସବୁକିଛି ସ୍ରିପ୍ଟେଡ୍ ଥିଲା ଏବଂ ତାଙ୍କର ସେଥିରେ କିଛି ଭୁଲ୍ ନଥିବା ଜ୍ୟୋତି କହିଛନ୍ତି। କେବଳ ସେତିକି ନୁହେଁ ଏହି ବିବାଦୀୟ ପ୍ରଶ୍ନର ଜ୍ୟୋତି ଉତ୍ତର ମଧ୍ୟ ଦେଇଛନ୍ତି।

ଜ୍ୟୋତି ଙ୍କ କହିବା ଅନୁଯାଇ ପ୍ରଡକ୍ସନ୍ ହାଉସ ପକ୍ଷରୁ ତାଙ୍କୁ ଏହି ପ୍ରଶ୍ନ ପଚାରିବାକୁ କୁହାଯାଇଥିଲା। ତେଣୁ ତାଙ୍କର ଏଥିରେ କିଛି ଭୁଲ ନାହିଁ, ହୁଏତ ସେ ଯେଉଁଭଳି ଭାବରେ ପ୍ରଶ୍ନ ପଚାରିଥିଲେ ତାହା ଦର୍ଶକଙ୍କୁ ଖରାପ ଲାଗିଥାଇ ପରେ। ସେଥିପାଇଁ ଜ୍ୟୋତି କ୍ଷମା ପ୍ରାର୍ଥନା କରିଛନ୍ତି। ପ୍ରଶ୍ନଟି ଯେଉଁ ଯୁବତୀଙ୍କୁ ପଚରା ଯାଇଥିଲା ତାଙ୍କୁ କିଛି ଖରାପ ଲାଗିନଥିଲା ବରଂ କିଛି ୟୁଟ୍ୟୁବର୍ ନିଜର ସ୍ୱାର୍ଥ ପାଇଁ ଏହି ବିବାଦ ସୃଷ୍ଟି କରିଥିବା ଜ୍ୟୋତି କହିଛନ୍ତି। ପ୍ରକୃତରେ,"ତୁମେ ପିଠା ଖାଇବା ଲୋକ, ବିନ୍ଧ କାହିଁକି ଗଣୁଛ", ଏହାହିଁ ପ୍ରଶ୍ନଟିର ସଠିକ୍ ଉତ୍ତର ବୋଲି ଜ୍ୟୋତି ଜଣାଇଛନ୍ତି।