ଅଡୁଆରେ ସଲମାନ! ସୁଶାନ୍ତ ମୃତ୍ୟୁ ମାମଲାରେ ସଲମାନଙ୍କ ନାଁରେ ବଡ ଅଭିଯୋଗ, ସଲମାନ ସୁଶାନ୍ତଙ୍କୁ...

 
ଅଡୁଆରେ ସଲମାନ! ସୁଶାନ୍ତ ମୃତ୍ୟୁ ମାମଲାରେ ସଲମାନଙ୍କ ନାଁରେ ବଡ ଅଭିଯୋଗ, ସଲମାନ ସୁଶାନ୍ତଙ୍କୁ...

ସଲମାନ ଖାନ, କରଣ ଜୋହର ଏବଂ ଆଦିତ୍ୟ ଚୋପ୍ରାଙ୍କ ସମେତ 8 ଜଣ ସେଲିବ୍ରିଟିଙ୍କୁ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହାଜର ହେବାକୁ ମୁଜାଫରପୁର ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା କୋର୍ଟଙ୍କ ଆଦେଶ ଅନୁଯାୟୀ, ଏମାନଙ୍କୁ ନିଜେ କୋର୍ଟରେ କିମ୍ବା ଓକିଲ ମାଧ୍ୟମରେ ନିଜ ପକ୍ଷ ରଖିବାକୁ କୋର୍ଟରେ ହାଜର ହେବାକୁ ହେବ। ଏହି ଆଠ ଜଣ ସେଲିବ୍ରିଟିଙ୍କ ପାଇଁ କୋର୍ଟ ଅକ୍ଟୋବର 7 ସ୍ଥିର କରିଛନ୍ତି।

ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ସାଜିଦ ନାଦିଆଦୱାଲା, ଭୂଷଣ କୁମାର ଏବଂ ଦୀନେଶ ବିଜୟଙ୍କୁ ମୁଜାଫରପୁର ଓକିଲ ସୁଧୀର ଓଝାଙ୍କ ଅଭିଯୋଗରେ କୋର୍ଟରେ ହାଜର ହେବାକୁ କହିଛନ୍ତି। ଏ ସମସ୍ତଙ୍କୁ ଜିଲ୍ଲା କୋର୍ଟରୁ ଏ ସମ୍ପର୍କରେ ନୋଟିସ୍ ପଠାଯାଇଛି।

କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଜୁନ୍ 17 ରେ ଓକିଲ ସୁଧୀର ଓଝା ମୁଜାଫରପୁର ସିଜେଏମ୍ କୋର୍ଟରେ ଅଭିଯୋଗ କରିଥିଲେ। ସେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପାଇଁ ଏ ସମସ୍ତଙ୍କୁ ଦାୟୀ କରି ଆଇପିସିର ଧାରା 306, 504 ଏବଂ 506 ଅନୁଯାୟୀ ଏକ ଅଭିଯୋଗ ଦାଖଲ କରିଥିଲେ।