ସେଲିବ୍ରିଟି ବୋଲି କଣ ନିୟମ ମାନିବନି? ସଲମାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇ ଦେଲେ ଓଡ଼ିଆ CISF ଯବାନ, ଦେଖନ୍ତୁ ଭିଡ଼ିଓ

 
Salman khan

ବଲିଉଡ଼ ସୁପରଷ୍ଟାର ଅଭିନେତା ସଲମାନ ଖାଁ ନିଜର ଆଗାମୀ ଚଳଚିତ୍ର "ଟାଇଗର୍ ୩"ର ସୁଟିଂ ପାଇଁ ଋଷିଆ ଗସ୍ତ କରିଛନ୍ତି। ତେବେ, ସେ ଯିବାପାଇଁ ଏୟାରପୋର୍ଟରେ ନିଜ ସହଯୋଗୀ ମାନଙ୍କ ସହ ପହଞ୍ଚିବା ପରେ ଜଣେ ସିଆଏସଏଫ୍ ଯବାନ ତାଙ୍କୁ ଅଟକାଇଥିଲେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Salman khan

ଉକ୍ତ ଯବାନ ଜଣକ ଜଣେ ଓଡ଼ିଆ ହୋଇଥିବା ବେଳେ ଏତେ ବଡ଼ ସେଲିବ୍ରିଟିଙ୍କୁ ପାଖରେ ପାଇ ମଧ୍ୟ ନିଜ କର୍ତ୍ତବ୍ୟ ସୂଚାରୁ ରୂପେ କରିଥିବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଉଛି।

ଏହି କର୍ତ୍ତବ୍ୟନିଷ୍ଠ ଯବାନ ଜଣକ ହେଉଛନ୍ତି ସୋମନାଥ ମହାନ୍ତି। ସୋମନାଥଙ୍କ ଘର ନୟାଗଡ଼ ଜିଲ୍ଲା ପାଣିକୋଇଲି ନିକଟବର୍ତ୍ତୀ ଘଣ୍ଟ ସାହି ହୋଇଥିବା ବେଳେ ସେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍ କରିବା ପରେ ୨୦୧୮ରେ ସିଆଇଏସଏଫ୍‌ରେ ଯୋଗ ଦେଇଥିଲେ।

Salman khan

ଭାଇରାଲ ହେଉଥିବା ଭିଡ଼ିଓରେ ସୁରକ୍ଷା ଯାଞ୍ଚ ପାଇଁ ସୋମନାଥ ସଲମାନ ଖାଁଙ୍କୁ ଅଟକାଉଥିବା ଦେଖିବାକୁ ମିଳିଥିଲା। ସଲମାନ ମଧ୍ୟ ତୁରନ୍ତ ନିଜର ମାସ୍କ ବାହାର କରି ସୁରକ୍ଷା ଯାଞ୍ଚ୍ କରାଇଥିଲେ ଓ ପରମିଟ୍ ଗୁଡ଼ିକୁ ଅନୁସରଣ କରିଥିଲେ।

ଦେଖନ୍ତୁ ଭିଡ଼ିଓ:-