ରାତି ଅଧରେ ଅଟୋରେ ନେଇ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ଏବେ ମିଳିଲା ବଡ଼ ପୁରସ୍କାର

 
Saif ali khan

ଅଭିନେତା ସୈଫ ଅଲ୍ଲୀ ଖାନ ଡିସଚାର୍ଜ ହେଇ ଘରକୁ ଫେରିଛନ୍ତି । ସୈଫଙ୍କୁ ଘରକୁ ଆଣିବା ପାଇଁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରିନା କପୁର, ଝିଅ ସାରା ଅଲ୍ଲୀ ଖାନ ହସ୍ପିଟାଲକୁ ପହଞ୍ଚିଥିଲେ। ଡାକ୍ତର ସୈଫଙ୍କୁ ଘରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ଓ କୌଣସି କାମ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି। ତେବେ ସୈଫ ହସ୍ପିଟାଲରୁ ବାହାରିବା ପରେ ତାଙ୍କ ଫ୍ୟାନସ୍ ଆଶ୍ୱସ୍ତ ହୋଇଛନ୍ତି।

ହସ୍ପିଟାଲରେ ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା କରୁଥିବା ୪ ଡାକ୍ତରଙ୍କ ଟିମ୍ କହିଛନ୍ତି ଯେ ସୈଫ ଏବେ ଚାଲି ପାରୁଛନ୍ତି ଓ ଭଲରେ କଥା କହିପାରୁଛନ୍ତି। ହେଲେବି ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ୧ମାସ ଲାଗି ପାରେ । ତେବେ ଆହତ ସୈଫଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଫୈଜାନ ଅନ୍ସାରୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ବାବଦକୁ ଦେଇଥିବା ଜଣାପଡିଛି ।

Saif ali khan

ସାମାଜସେବୀ ଫୈଜାନ ଅନ୍ସାରୀ ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ତାଙ୍କୁ ୧୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ସୈଫ ଅଲ୍ଲୀ ଖାନ୍ ରକ୍ତ ଜୁଡୁବୁଡୁ ଅଟୋ ଅଟୋ ଡାକିଥିଲେ । ଏହା ଶୁଣି ସୈଫ ଅଲ୍ଲୀଙ୍କୁ ଅଟୋରେ ବସାଇ ଡାକ୍ତରଖାନାରେ ପହଞ୍ଚିଥିଲେ ଅଟୋ ଡ୍ରାଇଭର ଭଜନ ସିଂହ ରାଣା । ଏହାପରେ ସେ ଦିନ ଘଟଣା ବାବଦରେ ଗଣମାଧ୍ୟମକୁ ଜଣାଇଥିଲେ ।

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଥିଲା। ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରି ଅଭିଯୁକ୍ତ ଘରୋଇ ସହାୟିକାଙ୍କ ସହ ଯୁକ୍ତିତର୍କ କରିଥିଲା। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣକ ତାଙ୍କୁ ଛୁରାମାଡ କରିଥିଲା। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।