ଅର୍ଚ୍ଚିତା ସବ୍ୟସାଚୀଙ୍କ ଦ୍ୱିତୀୟ ସ୍ତ୍ରୀ! ପୂର୍ବରୁ ଏହି ଯୁବତୀଙ୍କୁ ହୋଇଥିଲେ ବାହା ହେଲେ ଏହି କାରଣରୁ ହୋଇଥିଲା ଛାଡପତ୍ର

 
ଅର୍ଚ୍ଚିତା ସବ୍ୟସାଚୀଙ୍କ ଦ୍ୱିତୀୟ ସ୍ତ୍ରୀ! ପୂର୍ବରୁ ଏହି ଯୁବତୀଙ୍କୁ ହୋଇଥିଲେ ବାହା ହେଲେ ଏହି କାରଣରୁ ହୋଇଥିଲା ଛାଡପତ୍ର

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଲିଉଡ୍ ହିରୋ ସବ୍ୟସାଚୀ ମିଶ୍ର। ସେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଛନ୍ତି। ରିଲ୍ ଲାଇଫରୁ ରିଏଲ ଲାଇଫରେ ଜୀବନସାଥୀ ପାଲଟିଛନ୍ତି ଉଭୟେ। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ବାହାଘର ସଂମ୍ପର୍ଣ୍ଣ ହୋଇଛି। ତେବେ ଉଭୟଙ୍କ ବାହାଘରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଆପଣଙ୍କୁ କହିଦେବାକୁ ଚାହିଁବୁ ଯେ ଏହା ସବ୍ୟସାଚୀଙ୍କ ପ୍ରଥମ ନୁହେଁ ଦ୍ୱିତୀୟ ବାହାଘର। 

ସୂଚନା ମୁତାବକ, ସବ୍ୟସାଚୀଙ୍କ ଆଗରୁ ବାହାଘର ହୋଇ ଛାଡପତ୍ର ହୋଇ ସାରିଛି। ସବ୍ୟସାଚୀ ଇଂଜିନିୟରିଂ ପଢୁଥିବା ସମୟରେ ନିଜ କ୍ଲାସମେଟ୍ ସୀମାଙ୍କ ପ୍ରେମରେ ପଡିଯାଇଥିଲେ। ପରେ ବର୍ଷ ୨୦୦୮ରେ ଉଭୟେ ବିବାହ କରିଥିଲେ। ହେଲେ ଉଭୟଙ୍କ ବୈବାହିକ ଜୀବନ ବେଶି ଦିନ ତିଷ୍ଠି ପାରିନଥିଲା। ୨୦୧୫ରେ ଉଭୟଙ୍କ ଛାଡପତ୍ର ହୋଇଥିଲା। ତେବେ ଛାଡପତ୍ରର କାରଣ ଅର୍ଚ୍ଚିତା ବୋଲି ଚର୍ଚା ହେଉଥିବା ବେଳେ ଏହାପରେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ଡେଟିଂ କରୁଥିବା ଖବର ସାମ୍ନାକୁ ଆସିଥିଲା ଯାହାକି ଶେଷରେ ସତ ହେଲା। 

ସବ୍ୟସାଚୀ- ଅର୍ଚ୍ଚିତା ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ଦୁହେଁ ନାୟକ-ନାୟିକା ଭାବେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’ ,‘ପାଗଳ କରିଛି ପାଉଁଜି ତୋର’ ଓ ‘ଛାତି ତଳେ ଡିଙ୍ଗଡଙ୍ଗ୍’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।