ଜଣାପଡିଲା କେମିତି ୟୁଟ୍ୟୁବରୁ ରୂପା ପିଣ୍ଟୁ ଜମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଗରିବରୁ କେମିତି ହେଲେ ଧନୀ

 
Rupa pintu

ବର୍ତ୍ତମାନ ସମୟରେ ପଇସା କମାଇବାର ଏକ ଭଲ ମାଧ୍ୟମ ପାଲଟିଛି ୟୁ ଟ୍ୟୁବ୍ । ଯାହା ସାଧାରଣ ଚାକିରୀ ମାଧ୍ୟମରେ ସମ୍ଭବ ନୁହେଁ ତାହା କରି ଦେଖାଉଛି ୟୁ ଟ୍ୟୁବ୍ । ଆଜ୍ଞା ହଁ । ଏପରି ଅନେକ ଉଦାହରଣ ଦେଖିଥିବେ ଆପଣ । ଯେଉଁମାନେ ପ୍ରଥମେ ପ୍ରଥମେ ଯେଉଁପରି ଭିଡିଓ କରୁଥିଲେ ଓ ଯେଉଁପରି ଜୀବନ ଶୈଳୀ ବଞ୍ଚୁଥିଲେ ସମୟ କ୍ରମେ କିପରି ସେମାନଙ୍କ ଭାଗ୍ୟରେ ଏକ ବଡ ପରିବର୍ତ୍ତନ ଦେଖା ଦେଇଛି ।

Rupa pintu

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ୟୁ ଟ୍ୟୁବ୍ ରେ ଓଡ଼ିଶାର ପିଣ୍ଟୁ ଓ ରୁପାଙ୍କ ଯୋଡ଼ିକୁ କିଏ ବା ନ ଜାଣେ । ଫିଲ୍ମ ଷ୍ଟାର୍ ଙ୍କ ଭଳି ଦୁହେଁ ଓଡ଼ିଶାର ଘରେ ଘରେ ପରିଚିତ । କଣ ଆପଣ ଜାଣନ୍ତି ସେ ଦୁହେଁ ବର୍ତ୍ତମାନ ୟୁ ଟ୍ୟୁବ୍ ରୁ କେତେ ପଇସା କମାଉଛନ୍ତି । ବର୍ତ୍ତମାନ ଦୁହିଁଙ୍କ ଜୀବନ ଶୈଳୀରେ ଦେଖା ଦେଇଛି ଏକ ବଡ ପରିବର୍ତ୍ତନ । ବଡ ଘରକୁ ବଡ ଗାଡ଼ି । ତାହା ସାଙ୍ଗକୁ ଭଲ ଭଲ ଆଲବମ୍ କରୁଛନ୍ତି ଦୁହେଁ । 

ରୂପା ଓ ପିଣ୍ଟୁ ଦୁହେଁ ନିଜର ପ୍ରଥମ ଯାତ୍ରା ଟିକ୍ ଟକ୍ ରୁ ହିଁ ଆରମ୍ଭ କରିଥିଲେ । ଦୁହେଁ ଟିକ୍ ଟକ୍ ରେ ସର୍ଟସ୍ ଭିଡିଓ କରି ଛାଡିଥିଲେ । ଯେଉଁଠାରେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ହେଲେ ଆପଣ ମାନେ ତ ଜାଣିଛନ୍ତି ପରେ ଟିକ୍ ଟକ୍ ସରକାରଙ୍କ ଦ୍ଵାରା ଵ୍ୟାନ କରା ଯାଇଥିଲା ।

Rupa pintu

ଟିକ୍ ଟକ୍ ବ୍ୟାନ୍ ହେବା ପରେ ଦୁହେଁ ୟୁ ଟ୍ୟୁବ୍ ରେ ଭିଡିଓ କରି ଛାଡ଼ିବା ଆରମ୍ଭ କରିଥିଲେ । ଯାହାକୁ ଲୋକେ ବେଶୀ ପସନ୍ଦ ବି କରିଥିଲେ । ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରାୟ ପନ୍ଦର ଲକ୍ଷ ରୁ ଅଧିକ ଲୋକ ସବସ୍କ୍ରାଇବର୍ ରହିଛନ୍ତି । ଶୁଣିବାକୁ ମିଳେ ଦୁହେଁ ୟୁ ଟ୍ୟୁବ୍ ରୁ ପାଖା ପାଖି ତିନି ଲକ୍ଷ ରୁ ଅଧିକ ପଇସା କମଉଛନ୍ତି ।