ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ସମ୍ପର୍କରେ ଫାଟ!! କେତେ ସତ କେତେ ମିଛ? ଜାଣନ୍ତୁ ପୂରା ଖବର

 
Sabyarchita

ଓଲିଉଡ଼ ଇଣ୍ଡଷ୍ଟ୍ରିର କ୍ୟୁଟ୍ କପଲ୍ ଭାବରେ ପରିଚିତ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସମ୍ପର୍କରେ ଫାଟ। କିଛି ଦିନ ତଳେ ଅନୁଭବ-ବର୍ଷାଙ୍କର ବିବାହ ବିଚ୍ଛେଦ ଘଟଣା କୋର୍ଟରେ ପହଞ୍ଚିଥିବା ବେଳେ ଏବେ ସବ୍ୟର୍ଚିତାଙ୍କୁ ନେଇ ଏଭଳି ଖବର ଫ୍ୟାନ୍ସ ମାନଙ୍କ ମନରେ ଶଙ୍କା ସୃଷ୍ଟି କରିଛି। ତେବେ, କଥାଟି ସମ୍ପୂର୍ଣ୍ଣ ଭାବରେ ସତ ନୁହେଁ। ସବ୍ୟସାଚୀ ନିଜ ସୋସିଆଲ ମିଡିଆ ଅକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଥିଲେ ଯାହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।

Sabyasachi

ପ୍ରକୃତରେ, ବୁଧବାର ସନ୍ଧ୍ୟାରେ ଅଭିନେତା ସବ୍ୟସାଚୀ ସ୍ତ୍ରୀ ଅର୍ଚ୍ଚିତାଙ୍କ ସହିତ ଏକ ଫୋଟୋ ତାଙ୍କ ସୋସିଆଲ ମିଡିଆ ଅକାଉଣ୍ଟରେ ସେୟାର କରିଥିଲେ। ଏହି ଫଟୋର କ୍ୟାପସନରେ ସେ ଲେଖିଥିଲେ ଯେ- 'ସ୍ତ୍ରୀ ଟିକେ ରାଗିଚନ୍ତି ବୋଧେ, କଣ ହେଇଥିବ ଆଉ କେମିତି ବୁଝେଇବି? #Sabyarchita'। ଦେଖନ୍ତୁ ଫୋଟୋ:-

Sabyarchita

ଓଲିଉଡ ଇଣ୍ଡଷ୍ଟ୍ରିର ଏହି ସଫଳ ଯୋଡି ମଧ୍ୟରେ କୌଣସି ମତାନ୍ତର ହୋଇନାହିଁ। ପ୍ରକୃତରେ, ବୁଧବାର ଏଡସ୍ ଦିବସ ଉପଲକ୍ଷେ ରାଜଧାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଉଭୟ ପତି-ପତ୍ନୀ ଅତିଥି ଭାବରେ ଯୋଗ ଦେଇଥିଲେ। ସେଠାରେ ଉଭୟରେ ପାଖା ପାଖି ବସିଥିବା ବେଳେ ଅର୍ଚ୍ଚିତା କିଛି ମୁହୂର୍ତ୍ତ ପାଇଁ ଗମ୍ଭୀର ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ। ତେବେ, ଫୋଟୋରେ ଅର୍ଚ୍ଚିତା ରାଗିଥିବା ପରି ଦେଖା ଯାଉଛନ୍ତି। ଏହି ଫୋଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି।