ପୁଣି ଚର୍ଚ୍ଚାରେ ନାଗା-ସାମନ୍ଥା! ଛାଡପତ୍ର ପରେ ପୁଣି ଥରେ ଏକାଠି ହେବେ ନାଗା-ସାମନ୍ଥା, ଜାଣନ୍ତୁ କାହିଁକି

 
Nag-samantha

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସାମନ୍ଥା ଓ ନାଗାଚୈତନ୍ୟ ଏକ ଲୋକପ୍ରିୟ ଯୋଡ଼ି। ଉଭୟେ ଅନେକ ଚଳଚିତ୍ରରେ ଏକାଠି କାମ କରିଥିବା ବେଳେ ବିବାହ ମଧ୍ୟ କରିଥିଲେ। କିନ୍ତୁ, ଗତବର୍ଷ ଉଭୟଙ୍କର ବିବାହ ବିଚ୍ଛେଦ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ଏହି ଷ୍ଟାର ଯୋଡ଼ି ହଠାତ ଏପରି ନିଷ୍ପତ୍ତି ନେବାପରେ ତାଙ୍କର ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରି ପାରିନଥିଲେ। ତେବେ, ଏହାରି ଭିତରେ ଏହି ଷ୍ଟାର ଯୋଡ଼ି ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ବୋଲି ସଂକେତ ମିଳିଛି।

Sammantha

ପ୍ରକୃତରେ ଉଭୟଙ୍କ ମଧ୍ୟରେ ହୋଇଥିବା ବିବାହ ବିଚ୍ଛେଦକୁ ନେଇ ସାମନ୍ଥା ଏକ ଟ୍ୱିଟ ମାଧ୍ୟମରେ ପ୍ରକାଶ କରିଥିଲେ। କିନ୍ତୁ, ଏବେ ସେ ସେହି ପୋଷ୍ଟଟିକୁ ନିଜର ସୋସିଆଲ ମିଡିଆ ଅକାଉଣ୍ଟରୁ ଡିଲିଟ୍ କରି ଦେଇଛନ୍ତି। ଏହି ପୋଷ୍ଟକୁ ଡିଲିଟ୍ କରିଦେବା ପରେ ସାମନ୍ଥା ଓ ନାଗାଚୈତନ୍ୟ ପୁଣି ଥରେ ଏକାଠି ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି।

Nag-samantha

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅନେକ ଦିନ ଧରି ଉଭୟେ ଏଥିନେଇ କୌଣସି ସଂକେତ ଦେଇନଥିଲେ ହେଁ ଶେଷରେ ଛାଡ଼ପତ୍ର ନେଇଥିବା ନେଇ ସେମାନେ ଅକ୍ଟୋବର ମାସରେ ବିଧିବଦ୍ଧ ଭାବରେ ଜଣାଇଥିଲେ। କିନ୍ତୁ, ଏବେ ସାମନ୍ଥା ଏହି ପୋଷ୍ଟ ଡ଼ିଲିଟ୍ କରିବା ପରେ ପୁଣି ଚର୍ଚ୍ଚା ଜୋର ଧରିଛି। ସାମନ୍ଥାଙ୍କୁ ନିକଟରେ ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ର ଏକ ଆଇଟମ୍‌ ଗୀତରେ ଦେଖିବାକୁ ମିଳିଥିଲା।