ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ସମ୍ପର୍କରେ ଫାଟ! କାରଣ ଜାଣିଲେ ତାଯୁବ ହେବେ ଆପଣ

 
Arjun malaika

ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଖାଁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କାହାକୁ ବା ଜଣାନାହିଁ। ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ମଲାଇକା ନିଜ ଠାରୁ ବୟସରେ ଯଥେଷ୍ଟ ସାନ ଅର୍ଜୁନଙ୍କୁ ଡେଟ୍ କରୁଥିବା ନେଇ ଅନେକ ଖବର ସାମ୍ନାକୁ ଆସି ସାରିଛି। ସର୍ବସାଧାରଣରେ ଅର୍ଜୁନ-ମଲାଇକା ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା କରୁନଥିଲେ ହେଁ ବର୍ତ୍ତମାନ ସେମାନଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। 

Malaika arjun

ପ୍ରକୃତରେ ସେମାନଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହୋଇଛି ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଖବର ଶୁଣିବାକୁ ମିଳୁଛି। ପ୍ରକୃତରେ, ମଲାଇକା ଅର୍ଜୁନଙ୍କ ସହିତ ଆସନ୍ତା ନୂଆବର୍ଷ ପାଳନ କରିବାକୁ ଚାହୁଁଥିଲେ।

Arjun

କିନ୍ତୁ, ଅର୍ଜୁନ ବର୍ତ୍ତମାନ ମୋହିତ ସୁରିଙ୍କ ଫିଲ୍ମ ‘ଏକ ଭିଲେନ୍ ରିଟର୍ନସ’ର ସୁଟିଂରେ ବ୍ୟସ୍ତ ଥିବାରୁ ମଲାଇକାଙ୍କୁ ଠିକ ଭାବରେ ସମୟ ଦେଇ ପାରୁନାହାଁନ୍ତି। ଏହି କାରଣ ହେତୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।