ଚଳଚ୍ଚିତ୍ର ପାଇଁ କେତେ ଟଙ୍କା ନିଅନ୍ତି ଓଡ଼ିଆ ଅଭିନେତ୍ରୀ? କିଏ ଅଟନ୍ତି ସବୁଠାରୁ ଅଧିକ ଧନୀ?

ବିଗତ ଦିନ ମାନଙ୍କର କଥା ହେଉ ଅଥବା ବର୍ତ୍ତମାନ ସମୟରେ ମଧ୍ୟ ଅନେକ ସୁନ୍ଦରୀ ଏବଂ ପ୍ରତିଭାବାନ ଅଭିନେତ୍ରୀମାନେ ଓଲିଉଡ଼ ଜଗତରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ, ଆପଣ କେବେ ଭାବିଛନ୍ତି କି ଏହି ଅଭିନେତ୍ରୀମାନେ ଆକ୍ଟିଂ କରିବା ପାଇଁ କେତେ ଟଙ୍କା ନେଇଥାନ୍ତି। ତେବେ, ଆସନ୍ତୁ ଜାଣିବା:-
୧. ପ୍ରେମ ଅଢେଇ ଅକ୍ଷର ନାମକ ଚଳଚିତ୍ର ଠାରୁ ଓଲିଉଡ଼ରେ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିବା ରିୟା ଦେ ଗୋଟିଏ ସିନେମାରେ ଅଭିନୟ କରିବା ପାଇଁ ୩ ରୁ ୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି।
୨. ଖୁବ କମ୍ ସମୟ ମଧ୍ୟରେ ଓଲିଉଡ଼ ଇଣ୍ଡଷ୍ଟ୍ରୀରେ ବେସ୍ ଲୋକପ୍ରିୟ ହୋଇ ପାରିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। ସେ ପ୍ରତିଟି ଚଳଚ୍ଚିତ୍ରରେ ଆକ୍ଟିଂ କରିବା ପାଇଁ ୩ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି।
୩. ଖୁବ କମ୍ ବୟସରୁ ଓଲିଉଡ଼ ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ ଅଭିନେତ୍ରୀ ଅନୁ ଚୌଧରୀ। ୨୦୧୦ ମସିହାରେ ଗୋଟିଏ ସିନେମା ପାଇଁ ୨ ରୁ ୫ ଲକ୍ଷ ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ସମୟରେ ସେ ଗୋଟିଏ ସିନେମା ପାଇଁ ୪ ରୁ ୭ ଲକ୍ଷ ଟଙ୍କା ନିଅନ୍ତି।
୪. ଭଲ ପାଏ ତତେ ୧୦୦ ରୁ ୧୦୦ ଚଳଚିତ୍ରରୁ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିବା ଶୀତଳ ପତ୍ର ପ୍ରତି ଚଳଚିତ୍ର ପାଇଁ ୨ ରୁ ୪ ଲକ୍ଷ ଟଙ୍କା ନେଇଥାନ୍ତି।
୫. ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତି ୧୯୮୦ ମସିହାରେ ନିଜର ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ, ୨୦୦୦ ରୁ ୨୦୧୦ ମସିହା ଭିତରେ ସେ ଗୋଟିଏ ସିନେମା ପାଇଁ ୨ ରୁ ୫ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ। ଆଉ ବର୍ତ୍ତମାନ ଗୋଟିଏ ସିନେମା ପାଇଁ ସେ ୬ ରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।
୬. ୧୯୯୩ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆସିଥିବା ଅଭିନେତ୍ରୀ ରଚନା ବାନାର୍ଜୀ ଗୋଟିଏ ସିନେମା ପାଇଁ ୩ ରୁ ୫ ଲକ୍ଷ ଟଙ୍କା ନେଉଥିଲେ।
୭. ବାଲିଉଡ଼ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶିନୀ ଗୋଟିଏ ସିନେମା ପାଇଁ ୭ ରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।
୮. ସେହିଭଳି ଭାବରେ ମିସ୍ ଇଣ୍ଡିଆ ହେବାର ସୌଭାଗ୍ୟ ପାଇଥିବା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଗୋଟିଏ ଚଳଚିତ୍ର ପାଇଁ ୭ ରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।
୯. ନବାଗତା ଅଭିନେତ୍ରୀ ଦିବ୍ୟା ଦିସା ମହାନ୍ତି ଗୋଟିଏ ଚଳଚିତ୍ର ପାଇଁ ୪ ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି।
୧୦. ଦିନେ ଶିଶୁ କଳାକାର ଭାବରେ କ୍ୟାରିଅର ଆରମ୍ଭ କରିଥିବା ସୀବାନୀ ସଂଙ୍ଗୀତା ବର୍ତ୍ତମାନ ଗୋଟିଏ ଚଳଚିତ୍ର ପାଇଁ ୩ ରୁ ୬ ଲକ୍ଷ ଟଙ୍କା ନିଅନ୍ତି।