“ମାନିକେ ମାଗେ ହିତେ” ଗାଇ ପୁଣି ଭାଇରାଲ୍ ହେଲେ ରାନୁ ମଣ୍ଡଳ, ଦେଖନ୍ତୁ ଗୀତର ଭିଡ଼ିଓ

 
Ranu mondal

"ମାନିକେ ମାଗେ ହିତେ" ଗତ କିଛି ଦିନ ହେବ ଏହି ଗୀତଟି ଇଣ୍ଟରନେଟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ୟୋହାନୀ ଗାଇଥିବା ଏହି ସିଂହାଳି ଗୀତଟିକୁ ସେତେବେଳେ ଲକ୍ଷ ଲକ୍ଷ ଲୋକେ ପସନ୍ଦ କରିଥିଲେ। ତେବେ, ବର୍ତ୍ତମାନ ସେହି ଗୀତଟି ପୁଣି ଥରେ ଭାଇରାଲ ହୋଇଛି କିନ୍ତୁ, ଏଥର ଗୀତଟିକୁ ଗାଇଛନ୍ତି ଭାରତର ଚର୍ଚ୍ଚିତ ଗାୟିକା ରାନୁ ମଣ୍ଡଳ।

Yohani

ରାନୁ ଗାଇଥିବା ଏହି ଭିଡ଼ିଓଟିକୁ ୟ୍ୟୁଟ୍ୟୁବର ରୋନ୍ଧାନ ପରିଚୟ ନିଜ ଇଂଷ୍ଟାଗ୍ରାମ ଅକାଉଣ୍ଟରେ ସେୟାର କରିଥିଲେ। ଭିଡ଼ିଓଟି ଇଣ୍ଟରନେଟରେ ସେୟାର ହେବା ପରେ ଭାଇରାଲ ହୋଇଥିଲା। ୟୋହାନୀଙ୍କ ଭିଡିଓକୁ ୩ ମାସରେ ୯୧ ମିଲିୟନ ଦର୍ଶକ ଦେଖିଥିବା ବେଳେ ରାନୁ ମଣ୍ଡଳଙ୍କ ନୂଆ ଭିଡିଓକୁ ଏପର୍ଯ୍ୟନ୍ତ ପ୍ରାୟ ୫୪ ହଜାର ଲୋକ ଦେଖି ସାରିଲେଣି। ଦେଖନ୍ତୁ ଭିଡିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକଦା ୨୦୧୯ ଯାଏଁ ରେଲୱେ ଷ୍ଟେସନରେ ଭିକ ମାଗି ଚଳୁଥିବା ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇଥିଲେ ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ। ସେ ତାଙ୍କ ଗୀତର ଏକ ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ। ସେହି ଭିଡ଼ିଓଟି ସେତେବେଳେ ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ରାନୁଙ୍କୁ ତୁରନ୍ତ ମୁମ୍ବାଇର ଏକ ବଡ଼ ରିଆଲିଟି ସୋରେ ଭାଗ ନେବାକୁ ସୁଯୋଗ ମିଳିଥିଲା। କେବଳ ଏତିକି ନୁହେଁ ପରବର୍ତ୍ତୀ ସମୟରେ ରାନୁଙ୍କୁ କିଛି ବଲିଉଡ଼ ଚଳଚିତ୍ରରେ ମଧ୍ୟ କାମ କରୁଥିବାର ଦେଖିବାକୁ ମିଳିଥିଲା।