ଦେଖନ୍ତୁ ଭିଡ଼ିଓ: ଆର୍ଯ୍ୟନ ଖାଁଙ୍କ ଗିରଫଦାରୀକୁ ନେଇ ତାତିଲେ ରାକ୍ଷୀ ସାୱନ୍ତ, କହିଲେ ଆର୍ଯ୍ୟନଙ୍କ ପ୍ରତି ହେଉଛି ଅନ୍ୟାୟ ମୁଁ ତାକୁ...

 
Rakhi sawant on aryan khan

କ୍ରୁଜ୍ ପାର୍ଟିରେ ଡ୍ରଗ୍ସ ସେବନ ଏବଂ ଚୋରା ଚାଲାଣ ମାମଲାରେ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସହିତ ୯ ଜଣଙ୍କୁ ଗିରଫ କରିଛି ଏନସିବି। ଏବେ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ, ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବଲିଉଡ଼। ପୂର୍ବରୁ ଅଭିନେତା ହ୍ରିତିକ୍ ରୋଷନଙ୍କ ସମେତ ଅନେକ ବଲିଉଡ଼ ଅଭିନେତା ଅଭିନେତ୍ରୀ ଆର୍ଯ୍ୟନଙ୍କ ଗିରଫଦାରୀକୁ ନିନ୍ଦା କରିଥିବା ବେଳେ ଏବେ ଏଥିନେଇ ନିଜର ମତ ରଖିଛନ୍ତି ରାଖୀ ସାୱନ୍ତ।

Arrested

ଭିଡିଓରେ ରାଖୀ କହିଛନ୍ତି ଯେ- 'ମୁଁ ଜାଣେ ନାହିଁ କ’ଣ ସତ ଏବଂ କ’ଣ ମିଛ। କିଏ କାହାକୁ ଜାଲରେ ଫସାଉଛି ମୁଁ ଜାଣେ ନାହିଁ। କିନ୍ତୁ, ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ଯଦି ତୁମେ ସିଂହ, ତେବେ ସିଂହ ସହିତ ଯୁଦ୍ଧ କର, ଏକ ଶୃଗାଳ ହୋଇ ପିଲାକୁ ଶିକାର କର ନାହିଁ'।

Rakhi

ରାଖୀ ଏତିକିରେ ଅଟକି ଯାଇନଥିଲେ, ସେ ଆହୁରି ମଧ୍ୟ କହିଛନ୍ତି ଯେ- 'ମୁଁ ବହୁତ ଦୁଃଖିତ ଯେ ବଡ଼ ବଡ଼ ସହରରେ ଅନେକ ପିଲା ଡ୍ରଗ୍ସ ସେବନ କରି ଅଳିଆ ଗଦାରେ ପଡ଼ି ମୃତ୍ୟୁ ବରଣ କରୁଛନ୍ତି। ସେଠାକୁ ଯାଇ କେହି ନିଶା ସେବନ କରୁଥିବା ପିଲାଙ୍କୁ ଧରୁ ନାହାଁନ୍ତି। କିନ୍ତୁ, ଆର୍ଯ୍ୟନ କେବଳ ଜାହାଜକୁ ବୁଲିବାକୁ ଯାଇଥିବା ବେଳେ ତାଙ୍କ ସହିତ ଏପରି ଅନ୍ୟାୟ କଣ ପାଇଁ କରାଯାଉଛି'।