ରାଜନୀତିରେ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ସବ୍ୟସାଚୀ, କହିଲେ ନେତା ହେଲେ ଲୋକେ ମତେ...

 
ରାଜନୀତିରେ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ସବ୍ୟସାଚୀ, କହିଲେ ନେତା ହେଲେ ଲୋକେ ମତେ...

କରୋନା ମହାମାରୀ ଆରମ୍ଭରୁ ନେଇ ଏବେ ଯାଏଁ ସେ ଲୋକଙ୍କୁ ସାହାଯ୍ୟ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରିନାହାନ୍ତି। ରାଜ୍ୟ ବାହାରେ ଫସି ରହିଥିବା ଛାତ୍ର ଛାତ୍ରୀ ଏବଂ ଶ୍ରମିକ ମାନଙ୍କୁ ନିଜ ଖର୍ଚ୍ଚରେ ଓଡିଶା ଫେରାଇ ଆଣି ସତ ସତିକା ହିରୋ ପାଲଟି ଯାଇଥିଲେ ଅଭିନେତା ସବ୍ୟସାଚୀ ମିଶ୍ର। ଏହାଛଡ଼ା ସେ ଅନେକ ବିପଦ ସମୟରେ ନିଜ ତରଫରୁ ଅର୍ଥ ସାହାଯ୍ୟ କରିଛନ୍ତି। ତେବେ ସବ୍ୟସାଚୀଙ୍କ ଏ ସାହାଯ୍ୟ ପାଇଁ ସେ ରାଜ୍ୟରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ତେବେ ସବ୍ୟସାଚୀ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି କିଛିଦିନରୁ ଚର୍ଚ୍ଚା ଲାଗି ରହିଛି। ହେଲେ ଏହି ଚର୍ଚ୍ଚାର ଅନ୍ତ ଘଟାଇ ମୁହଁ ଖୋଲିଛନ୍ତି ସବ୍ୟସାଚୀ। ରାଜନୀତିରେ ପ୍ରବେଶକୁ ନେଇ ସବ୍ୟସାଚୀ କହିଛନ୍ତି, ମୋର ରାଜନୀତିରେ କୌଣସି ଅଭିଳାଷ ନାହିଁ। ଜନସାଧାରଣ ବା ଦର୍ଶକ ମତେ ଜଣେ ଅଭିନେତା ହିସାବରେ ତାଙ୍କ ହୃଦୟରେ ସ୍ଥାନ ଦେଇସାରିଛନ୍ତି। ଅଭିନେତାରୁ ଯଦି ନେତା ଆସନକୁ ଯିବି ତେବେ ସେମାନଙ୍କ ହୃଦୟ ଭାଙ୍ଗିବା ଛଡ଼ା କିଛି ହେବ ନାହିଁ। ରାଜନୀତିକୁ ସମ୍ମାନ କରେ ମାତ୍ର ଏଥିପାଇଁ ଯୋଗ୍ୟ ମନେ କରୁନାହିଁ।

କୌଣସି ଦଳରୁ ଅଫର ଆସିବାକୁ ନେଇ ସବ୍ୟସାଚୀ କହିଛନ୍ତି, ଯଦି ସୁଯୋଗ ଆସିଲା ମୁଁ କଥା ହେବି। ବିନା ରାଜନୀତିରେ ଯେମତି ଭଲ କାର୍ଯ୍ୟ କରିହେବ ସେ ଦିଗରେ ଆଲୋଚନା କରିବି। ଅଭିନୟ ଓ ଚଳଚ୍ଚିତ୍ରରେ ସମୟ ଦେବାକୁ ଚାହେଁ। ଏହାସହିତ ସମାଜସେବା କାର୍ଯ୍ୟ ଜାରି ରଖିବି।