କନ୍ନଡ ଅଭିନେତ୍ରୀ ରଚିତା ରାମଙ୍କ ବିବାଦୀୟ ବୟାନ, କହିଲେ ବିବାହ ପ୍ରଥମ ରାତିରେ କଣ ହୁଏ, ତମେମାନେ ସବୁ...

 
Rachita ram

ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟର୍ ମାନଙ୍କ ଉପରେ ବର୍ଷିଲେ କନ୍ନଡ଼ ଅଭିନେତ୍ରୀ ରଚିତା ରାମ। ତାଙ୍କ ଅଭିନୀତ ଆଗାମୀ ଚଳଚିତ୍ରରେ ଥିବା କିଛି ବୋଲ୍ଡ ସିନ୍ କୁ ନେଇ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ ପଚାରିବା ପରେ ରଚିତା ଚିହିଁକି ଉଠିଥିଲେ। ରାଗିଯାଇ ସେ ସାମ୍ବାଦିକ ମାନଙ୍କୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରଥମ ରାତିରେ ଯାହା ହୁଏ ତାହା ହିଁ ଫିଲ୍ମରେ ଦେଖା ଯାଇଛି ବୋଲି କହିଥିଲେ।

Rachita

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ସେ କୌଣସି ପ୍ରକାରର ବୋଲ୍ଡ ସିନ୍ କରିବେ ନାହିଁ ବୋଲି ରଚିତା କହିଥିଲେ। କିନ୍ତୁ, ତାଙ୍କର ଆଗାମୀ ଚଳଚିତ୍ର ‘ଲଭ୍ ୟୁ ରଚ୍ଛୁ’ରେ ସେ ଅନେକ ବୋଲ୍ଡ ସିନ୍ ଦେଇଛନ୍ତି। ଏହାକୁ ନେଇ ସାମ୍ବାଦିକ ଜଣକ ପ୍ରଶ୍ନ କରିବାରୁ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଉପରେ ରାଗିଯାଇ ରଚିତା କହିଥିଲେ ଯେ,"ଆପଣ କ’ଣ ବିବାହିତ ନୁହନ୍ତି? ବାହାଘର ପରେ ପ୍ରଥମ ରାତିରେ ସ୍ୱାମୀ-ସ୍ତ୍ରୀ କ’ଣ କରନ୍ତି ? ହଁ ସେମାନେ କ’ଣ କରନ୍ତି? ସେମାନେ ରୋମାନ୍ସ ହିଁ କରିବେ। ଆଉ ଠିକ୍ ତାହାକୁ ଫିଲ୍ମରେ ଦେଖାଯାଇଛି"। 

Rachita ram

ସେ ଆହୁରି ମଧ୍ୟ କହିଛନ୍ତି ଯେ ଚଳଚିତ୍ରର କାହାଣୀ କୁ ଦେଖି ଏପରି ସିନ୍ କରିବା ଅତ୍ୟନ୍ତ ଜରୁରୀ ଥିଲା। ତେଣୁ, ଚଳଚ୍ଚିତ୍ରଟି ଦେଖିବା ପରେ ହିଁ ଆପଣମାନେ ଏହି କଥା ବୁଝିପାରିବେ ବୋଲି ସେ କହିଥିଲେ। ସେହିପରି ଫିଲ୍ମରେ ଥିବା ଏକ ଗୀତର ଏକ ସିନ୍ ବିଷୟରେ ଆଉ ଜଣେ ସାମ୍ବାଦିକ ପଚାରିଥିଲେ। ତେବେ, ସେପରି କିଛି ସିନ୍ ସେ ସୁଟିଂ କରିନଥିବା ରଚିତା କହିଛନ୍ତି।