ଲେଉଟିଲା ବିବାଦ, ଅନୁଭବଙ୍କ ମା' ବର୍ଷାଙ୍କ ନାଁରେ ଥାନାରେ କଲେ ବଡ ଅଭିଯୋଗ, କହିଲେ ବର୍ଷା ମତେ...

 
ଲେଉଟିଲା ବିବାଦ, ଅନୁଭବଙ୍କ ମା' ବର୍ଷାଙ୍କ ନାଁରେ ଥାନାରେ କଲେ ବଡ ଅଭିଯୋଗ, କହିଲେ ବର୍ଷା ମତେ...

ବର୍ଷା ଅନୁଭବ ସଂମ୍ପର୍କରେ ବିବାଦରେ ନୂଆ ମୋଡ ସାମ୍ନାକୁ ଆସିଛି। ବର୍ଷାଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି। କଟକ ପୁରୀଘାଟ ଥାନାରେ ବୋହୂ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି ଅନୁଭବଙ୍କ ମା। ଅଭିଯୋଗରେ ମଧୁସ୍ମିତା ମହାନ୍ତି କହିଛନ୍ତି, ପୁରୁଣା ଘରର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ଘର ଛାଡିବାକୁ କହିଥିଲେ। ହେଲେ ବର୍ଷା ଘର ଛାଡୁ ନ ଥିବା ଅନୁଭବଙ୍କ ମା କହିଛନ୍ତି। ୧୦ ଦିନ ଲାଗି ବାପଘରକୁ ଯିବାକୁ ବର୍ଷାଙ୍କୁ କୁହାଗଲେ ବି ସେ ଯାଉନଥିବା ଅଭିଯୋଗରେ ଦର୍ଶାଇଛନ୍ତି ମଧୁସ୍ମିତା।

ସୂଚନାଯୋଗ୍ୟ, ଅନୁଭବ ବର୍ଷାଙ୍କ ସଂମ୍ପର୍କରେ ଫାଟ କୋର୍ଟରେ ବିଚାରାଧୀନ ରହିଛି। ବର୍ଷା ଅନୁଭବଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆଣିବା ପରେ ଅନୁଭବ ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ। ଅଭିଯୋଗରେ ଅନୁଭବଙ୍କ ମା ଆହୁରି ଦର୍ଶାଇଛନ୍ତି ଯେ, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର। କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖାଦେବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ। ମିସ୍ତ୍ରୀ ମରାମତି ୧୦ ଦିନ ଲାଗିବ ବୋଲି କହିଥିଲେ।

ତେଣୁ ଏହି ୧୦ ଦିନ ଲାଗି ଘର ଛାଡି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବୋହୂ ବର୍ଷାଙ୍କୁ ସେ ଅନୁରୋଧ କରିଥିଲେ। ହେଲେ ବର୍ଷା ଘର ଛାଡୁନଥିବା ମଧୁସ୍ମିତା ମହାନ୍ତି ଅଭିଯୋଗ କରିଛନ୍ତି। ଏହାଦ୍ୱାରା ସେ, ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟା ଭୋଗୁଛନ୍ତି। ଏଥିପାଇଁ ଥାନା କର୍ତ୍ତୃପକ୍ଷଙ୍କୁ ଘରକୁ ଆସି ସବୁକିଛି ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା’ ଅନୁରୋଧ କରିଛନ୍ତି।