ଦେଖନ୍ତୁ ଭିଡିଓ: ବୁଦ୍ଧାଦିତ୍ୟଙ୍କୁ ନେଇ କାହିଁକି ଏମିତି କହିଲେ ପ୍ରଡ୍ୟୁସର୍, ସତରେ କଣ ବୁଦ୍ଧାଦିତ୍ୟ ଅଯୋଗ୍ୟ, ସବୁ ଖୋଲି କହିଦେଲେ

 
Budhaditya

ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା ବେଳେ ବୁଦ୍ଧାଦିତ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ବୁଦ୍ଧାଦିତ୍ୟଙ୍କୁ ଏପରି କିଛି କହି ଅପମାନ ଦେଲେ ଜଣେ ଯୁବ ପ୍ରଡ୍ୟୁସର୍ ! ଏବେ ଖୁବ୍ ଚର୍ଚ୍ଚାରେ ଏହି କଥା ଟି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ବିବାଦ ସରିବା ପରେ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିଛି । ତାହା ପୁଣି ବୁଦ୍ଧାଦିତ୍ୟଙ୍କୁ ନେଇ ।

Budhaditya

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଜ୍ଞା ହଁ । କିଛି ଦିନ ଧରି ଚୁପ୍ ରହିବା ପରେ ଏବେ ମୁହଁ ଖୋଲିଛନ୍ତି ବୁଦ୍ଧାଦିତ୍ୟ । ମିଡ଼ିଆ ସାମ୍ନାରେ ଜଣାଇଛନ୍ତି ନିଜ ଦୁଃଖ । ବୁଦ୍ଧାଦିତ୍ୟଙ୍କ କହିବା ଅନୁସାରେ ସେ ଛୋଟ କଳାକାର ହେଉ ବା ବଡ କଳାକାର , ସମସ୍ତଙ୍କର ଏକ ନିଜସ୍ୱ ସମ୍ମାନ ରହିଛି । କାହାର କୌଣସି ବି ଅଧିକାର ନାହିଁ କାହା ସମ୍ମାନକୁ ଏପରି ବିଚ୍ ରାସ୍ତାରେ ନିଲାମ କରିବା ।

ତେବେ ଅଭିଯୋଗ ଅନୁସାରେ ପ୍ରଡ୍ୟୁସର୍ ପ୍ରିତମ ସାହୁ ଏମିତି କିଛି ଅପମାନ ଜନକ କଥା କହିଥିଲେ ବୁଦ୍ଧାଦିତ୍ୟଙ୍କୁ । ପ୍ରିତମ ଟୁଇଟ କରି ଲେଖିଥିଲେ ତୁମର ବୟସ ହୋଇ ଗଲାଣି । ତୁମର ଫିଲ୍ମ ଜଗତରେ ଏଥର କୌଣସି କାମ ନାହିଁ । ତୁମେ ଏକ ଫେଲ୍ୟୁଅର୍ ଅଟ । ତୁମେ ଜଣେ ସିରିଏଲ୍ ଆର୍ଟିଷ୍ଟ ଅଟ । ଫିଲ୍ମ ଜଗତରେ ତୁମର କୌଣସି କାମ ନାହିଁ ।

ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ, ପ୍ରଯୋଜକ ଜଣଙ୍କ ଗତ ୭ ମାସ ହେବ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହାଶ୍ବେତା ରାୟ ଓ ତାଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି। ପ୍ରଯୋଜକ ଜଣଙ୍କ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ବୁଦ୍ଧାଦିତ୍ୟ କେବଳ ଟେଲିସିନେମା ଓ ସିରିଏଲ କରୁଛନ୍ତି। ଗୁଣାତ୍ମକ ସିନେମାରେ ତାଙ୍କର କୌଣସି ଦଖଲ ନାହିଁ। ସେଥିପାଇଁ ବୁଦ୍ଧାଦିତ୍ୟଙ୍କୁ କାମ ମିଳୁ ନ ଥିବା ନେଇ ପ୍ରଯୋଜକ ଜଣଙ୍କ ଅପପ୍ରଚାର ଚଳାଇଛନ୍ତି।